Connect with us

ଓଡିଶା

ପିସିସିରୁ ସମ୍ପର୍କ ଛିନ୍ନ କଲେ ଶ୍ରୀକାନ୍ତ ଜେନା

ସାଙ୍କେତିକ ଚିତ୍ର

ପିସିସିରୁ ସମ୍ପର୍କ ଛିନ୍ନ କଲେ ଶ୍ରୀକାନ୍ତ ଜେନା
ଭୁବନେଶ୍ୱର:- ପ୍ରଦେଶ କଂଗ୍ରେସ କମିଟି (ପିସିସି)ରୁ ସମ୍ପର୍କ ଛିନ୍ନ କରି ସବୁ କମିଟିରୁ ଶ୍ରୀକାନ୍ତ ଜେନା ଇସ୍ତଫା ଦେଇଛନ୍ତି । ସେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ । କିଛି ଦିନ ତଳେ ଶ୍ରୀକାନ୍ତଙ୍କୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଥିଲା ଓ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ହାଇକମାଣ୍ଡ । ଶ୍ରୀକାନ୍ତ ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଉଥିବାରୁ ବହୁନେତା ଓ କର୍ମୀ କ୍ଷୁବ୍ଧ ଥିଲେ । ଏହାର ପ୍ରତିଫଳନ ତାଙ୍କୁ ପିସିସି ଇସ୍ତାହାର ଅଧ୍ୟକ୍ଷ ପଦବୀରୁ ହିଁ ହଟାଯିବା ଘଟଣାରେ ଦେଖିବାକୁ ମିଳିଥିଲା ।

ପିସିସି ପୁର୍ନଗଠନ ହେବା ପରେପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିଦ୍ରୋହର ଶୁଭାରମ୍ଭ କରିଥିଲେ ଶ୍ରୀକାନ୍ତ । ତାଙ୍କ ପ୍ରରୋଚନାରେ କୃଷ୍ଣ ସଗରିଆ ମଧ୍ୟ ବିଦ୍ରୋହ କରୁଥିଲେ ବୋଲି ଦଳରେ ଚର୍ଚା ହୋଉଥିଲା । ଏସବୁକୁ ନେଇ ପିସିସି ସଭାପତି ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ, ଦଳରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା