Connect with us

ଅପରାଧ

ଯୁବକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ମିଳିଲା

ସାଙ୍କେତିକ ଚିତ୍ର

ଭୁବନେଶ୍ବର୧୦।୧୦ଏକ ହୋଟେଲ୍ ରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ କ୍ୟାପିଟାଲ ଥାନା ପୁଲିସ ଜବତ କରିଛି । ତାଙ୍କ ନାଁ କେ.ମହେନ୍ଦ୍ରମ । ସେ ଚେନ୍ନାଇର ବାସିନ୍ଦା ବୋଲି ଜଣାପଡ଼ିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି ।

ପୁଲିସ ସୂଚନା ଅନୁସାରେ , ସୋମବାର ସନ୍ଧ୍ୟାରେ ମହେନ୍ଦ୍ରମ ଚେନ୍ନାଇରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ସେ ଅଶୋକନଗରରେ ଥିବା ହୋଟେଲ୍ ରଙ୍ଗିଲା ରେସିଡେନ୍ସିର ରୁମ୍ ନଂ-୨୦୬ ରେ ରହିଥିଲେ । ମଙ୍ଗଳବାର ସକାଳ ପ୍ରାୟ ୯ଟା ‌ବେଳେ ହୋଟେଲ୍‌ ବୟ କବାଟ ବାଡ଼େଇଥିଲେ ମଧ୍ୟ ମହେନ୍ଦ୍ରମ କବାଟ ଖୋଲି ନଥିଲେ । କାଳେ ସେ ଶୋଇଥିବେ ଭାବି ହୋ‌ଟେଲ୍‌ ବୟ ଫେରି ଯାଇଥିଲେ । କିନ୍ତୁ ଖରାବେଳେ ସେ ନ ଉଠିବାରୁ ହୋଟେଲ୍‌ ମାଲିକ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ । ସନ୍ଧ୍ୟାରେ ପୁଲିସ ହୋଟେଲ୍‌ରେ ପହଞ୍ଚି କବାଟ ଭାଙ୍ଗିବା ବେ‌ଳକୁ ମହେନ୍ଦ୍ରମ ଫ୍ୟାନ୍‌ରେ ଝୁଲୁ ଥିଲେ ।

ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ ମତ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ