Connect with us

ଓଡିଶା

ଭାଗଚାଷୀଙ୍କ ପାଇଁ ଏବେ ଆସିବନି ଆଇନ୍ : ରାଜସ୍ୱ ମନ୍ତ୍ରୀ

ସାଙ୍କେତିକ ଚିତ୍ର

ଭାଗଚାଷୀଙ୍କ ପାଇଁ ଏବେ ଆସିବନି ଆଇନ୍ : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର,୨୭ା୯: ଭାଗଚାଷୀଙ୍କ ପାଇଁ ଆଇନ୍ ଏବେ ନୁହେଁ । କେବେ ଆଇନ୍ ଆସିବ ତାହା କହିହେବ ନାହିଁ । ଜମି ମାଲିକ ଓ ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବେ ସରକାର ପଦକ୍ଷେପ ନେଉଛନ୍ତି । ଆଇନ୍ ନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ ଏହି ଭାଗଚାଷୀ ଆଇନ୍ ପାଇଁ ଗଠିତ ସବ୍ କମିଟିର ବୈଠକ ବସିବ ନାହିଁ । ଭାଗଚାଷୀ ଓ ଜମି ମାଲିକଙ୍କ ପ୍ରଥମେ ଚିହ୍ନଟ କରାଯିବା ପାଇଁ ଅଧିକ ତର୍ଜମାର ଆବଶ୍ୟକତା ରହିଛି । ମନ୍ତ୍ରୀସ୍ତରୀୟ କମିଟି ବୈଠକ ବସି ପାରିବ କି ନାହିଁ ତାହା ଉପରେ କହି ହେବ ନାହିଁ । ମନ୍ତ୍ରୀଙ୍କ ଏହି ଉତର ଶୁଣିବା ପରେ ଭାଗ ଚାଷୀ ଆଇନ୍ ଆସିବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା