Connect with us

ଓଡିଶା

ଅଗ୍ନିଶମ ସଂସ୍ଥାର ଆନ୍ଦୋଳନ ପ୍ରତ୍ୟାହୃତ

ସାଙ୍କେତିକ ଚିତ୍ର

ଅଗ୍ନିଶମ ସଂସ୍ଥାର ଆନ୍ଦୋଳନ ପ୍ରତ୍ୟାହୃତ
ଭୁବନେଶ୍ୱର,୨୭ା୯: ୬ ଦଫା ଦାବି ପୂରଣ ନେଇ ଅଗ୍ନିଶମ ସଂସ୍ଥା ଗତ ୨୪ ତାରିଖଠାରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି । ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି ।

ଏହି ଆନ୍ଦୋଳନ ସମୟରେ ରାଜ୍ୟରେ ବିଭିନ୍ନ ଜାଗାରେ କେତେକ ଅଘଟଣ ଘଟଣା ଘଟିଥିଲେ ହେଁ ସେମାନେ ସେ ଦାୟିତ୍ୱ ତୁଲାଇ ନଥିଲେ । ସେମାନଙ୍କର ପ୍ରମୁଖ ଦାବି ଗୁଡ଼ିକ ହେଲା ୮ ଘଂଟା ଡିଉଟି ଏବଂ ପୋଲିସ ମାନଙ୍କ ଭଳି ଦରମା ଦିଆଯାଉ, ଭତା ଦିଆଯାଉ । ଏହା ବ୍ୟତୀତ ପୋଲିସମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସେମାନଙ୍କ କ୍ଷେତ୍ରରେ ଉପଲବ୍ଧ କରାଯାଉ ।

ସୂଚନାଯୋଗ୍ୟ ଯେ, ନିଜର ଦାୟିତ୍ୱ ଓ କର୍ତବ୍ୟ ତୁଲାଇବାରେ ଅବହେଳା କରିଥିବାରୁ ୬ ଜଣ ଆଗ୍ନିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ହୋମଗାର୍ଡ଼ ଓ ଅଗ୍ନିଶମ ସଂସ୍ଥାର ଡିଜି ବି.କେ. ଶର୍ମା ଏବଂ ସ୍ୱରାଷ୍ଟ୍ର ବିଭାଗର କର୍ତୃପକ୍ଷ ଦାବି ପୂରଣକୁ ବିଚାରକୁ ନିଆଯିବ ବୋଲି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇଥିଲେ ।

ଆନ୍ଦୋଳନ ସମୟରେ ଯେଉଁ ୬ ଜଣ ଆଗ୍ନିକଙ୍କୁ ନିଲମ୍ବନ କରାଯାଇଛି ସେମାନଙ୍କର ଏହି ଆଦେଶକୁ ଉଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ୧୦୧ ଗାଡ଼ି କାମ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା