Connect with us

ଅପରାଧ

ଦାରୁ ଫିକ୍ସିଂର ସିବିଆଇ ତଦନ୍ତ ହେଉ:- ସିଭିଲ ସୋସାଇଟି

ସାଙ୍କେତିକ ଚିତ୍ର

ଦାରୁ ଫିକ୍ସିଂର ସିବିଆଇ ତଦନ୍ତ ପାଇଁ ଦାବି କଲା ସିଭିଲ ସୋସାଇଟି
ଭୁବନେଶ୍ୱର :- ନବକଳେବର ର ବିବାଦ ଥମିବାର ନାଁ ନେଉନାହିଁ । ଗୋଟିଏ ଜିଲାରୁ ମହାପ୍ରଭୁଙ୍କ ତିନୋଟି ଦାରୁ ଚୟନ କରାଯିବା ପ୍ରସଙ୍ଗକୁ ନେଇ ଏବେ ପୁଣି ବିବାଦ ଘନେଇଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଚୁପ ରହିବା ନେଇ ପ୍ରଶ୍ନ ଉଠାଇଛି ସିଭିଲ ସୋସାଇଟି । ସିଭିଲ୍‌ ସୋସାଇଟି ଅଭିଯୋଗ କରିଛିଯେ , ଏପରି ଘଟଣା ରାଜ୍ୟର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନକୁ ଗଭୀର ଆଘାତ ଦେବାସହିତ ମନ୍ଦିରର ପବିତ୍ରତା ନଷ୍ଟ କରିଛି । ଦାରୁ ଫିକ୍ସିଂରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ସୋସାଇଟି ପକ୍ଷରୁ ସ୍ଥାନୀୟ ନେହେରୁ ଯୁବ କେନ୍ଦ୍ରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି ।

ଏହାସହ ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ସୋସାଇଟି ଦାବି କରିଛି । ସୋସାଇଟି ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଦଇତାପତିମାନେ ଶଗଡରେ ଯାଇ ଦାରୁ ଚିହ୍ନଟ କରିବା କଥା, କିନ୍ତୁ ଏମାନେ କାରରେ ଯାଇ ଦାରୁ କିପରି ଠାବ କଲେ ତାହା ଜନସାଧାରଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଦିନରେ ଦାରୁ ଚିହ୍ନଟ କରିବା ବଦଳରେ ରାତିରେ କିଭଳି ଚିହ୍ନଟ କରାଗଲା ତାହା ମଧ୍ୟ ସନ୍ଦେହଜନକ । ତେଣୁ ଏହାର ତଦନ୍ତ କଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସିଭିଲ ସୋସାଇଟିର ସଦସ୍ୟମାନେ କହିଛନ୍ତି । ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଉପରେ ରାଜ୍ୟ ସରକାର ତଦନ୍ତ କମିଶନ ବସାଇଥିଲେ ମଧ୍ୟ କମିଶନ ତଦନ୍ତ ନାମରେ ସମୟ ଗଡ଼େଇ ତଦନ୍ତ ରିପୋର୍ଟକୁ ଚାପିଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଚିଟ୍‌ଫଣ୍ଡ ଠକେଇ ମାମଲାରେ ଚାଲୁଥିବା ସିବିଆଇ ତଦନ୍ତକୁ ଶିଥିଳ କରିଛି ।

ଏହାର ପ୍ରତିବାଦରେ ସିଭିଲ ସୋସାଇଟି ଆସନ୍ତା ୨୬ ତାରିଖରେ ସିବିଆଇ ଅଫିସ ଆଗରେ ଧାରଣା ଦେବ ବୋଲି କୁହାଯାଇଛି । ଖବରଦାତା ସମ୍ମିଳନୀରେ ସିଭିଲ୍‌ ସୋସାଇଟି ନେତୃବୃନ୍ଦ ତଥା ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ଆଇନଜୀବୀ ସୁଧୀର ମହାନ୍ତି, ମହିଳା ନେତ୍ରୀ ସଂଯୁକ୍ତା ପାଣିଗ୍ରାହୀ, ପ୍ରତାପ ସାହୁ, ଯୋଗେନ୍ଦ୍ର ଡ଼ାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ