Connect with us

ଓଡିଶା

ବିଧାନସଭାର ଶୀତକାଳିନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସାଙ୍କେତିକ

ବିଧାନସଭାର ଶୀତକାଳିନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
– ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଆଗତ କରିବେ ଅତିରିକ୍ତ ବଜେଟ୍
ଭୁବନେଶ୍ୱର, ୨୫ ଅକ୍ଟୋବର – ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓଡିଶା ବିଧାନସଭାର ଶୀତକାଳିନ ଅଧିବେଶନ ପାଇଁ ସମନ ଜାରୀ କରିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ବୈଠକର କାର୍ଯ୍ୟକ୍ରମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ବିଧାନସଭାର ଶୀତକାଳିନ ଅଧିବେଶନ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ରେ ଶେଷ ହେବ । ଏଥିରେ ୩୦ ଟି କାର୍ଯ୍ୟ ଦିବସ ରହିଛି ।
ନଭେମ୍ବର ୧୩ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ନଭେମ୍ବର ୨୦ , ୨୧ ଓ ୨୨ ତାରିଖରେ ୩ ଦିନ ଧରି ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୨୫ ତାରିଖରେ ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ସଂକ୍ରାନ୍ତୀୟ ବିନିୟୋଗ ବିଲ୍ ଅର୍ଥମନ୍ତ୍ରୀ ଉପସ୍ଥାପିତ କରିବେ । ଆଲୋଚନା ପରେ ତାହା ଗୃହୀତ ହେବ ।
ନଭେମ୍ବର ୧୪ , ୧୬, ୧୮,୧୯ , ୨୬,୧୭ , ୨୮ , ୨୯ ଓ ୩୦ ତାରିଖ ଏବଂ ଡିସେମ୍ବର ୨ , ୩ , ୪ , ୫ , ୬ , ୭ , ୯ , ୧୦ , ୧୧ , ୧୨ , ୧୩ , ୧୬ , ୧୭ , ୧୮ , ୧୯ ତାରିଖରେ ବିଭିନ୍ନ ବିଭାଗର ସଂକ୍ରାନ୍ତୀୟ ପ୍ରଶ୍ନ ଉପରେ ଆଲୋଚନା କରାଯିବ । ଏହି ଅଧିବେଶନ କାଳରେ ୩୦ଟି କାର୍ଯ୍ୟ ଦିବସ ମଧ୍ୟରୁ ୫ ଦିନ ବେସରକାରୀ ଦିବସ ଭାବେ ରହିଛି । ଏହି ଦିବସରେ ବେସରକାରୀ ବିଲ୍ , ସଂକଳ୍ପ ଓ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ଅନ୍ୟାନ୍ୟ ଦିନ ମାନଙ୍କରେ ପ୍ରଶ୍ନୋତର ବ୍ୟତୀତ ସରକାରୀ ବିଲ୍ ଉପରେ ଆଲୋଚନା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଅନ୍ୟପକ୍ଷରେ ନଭେମ୍ବର ୧୭ , ୨୩ , ୨୪ , ଡିସେମ୍ବର ୧ , ୬ ,୧୪ ଓ ୧୫ ତାରିଖ ବିଧାନସଭାର ବୈଠକ ବସିବ ନାହିଁ । ନଭେମ୍ବର ୧୩ , ୨୦ , ୨୭ , ଡିସେମ୍ବର ୪ , ୧୧ ଓ ୧୮ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ , ଖାଦ୍ୟ ଯୋଗାଣ , ଶିକ୍ଷା , ଉଚ୍ଚଶିକ୍ଷା , ସମବାୟ , ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗୀୟ ପ୍ରଶ୍ନ ଉପରେ ଆଲୋଚନା ପାଇଁ ଦିନ ଧର୍ଯ୍ୟ ହୋଇଛି । ସେହିପରି ନଭେମ୍ବର ୧୪, ୨୧, ୨୮, ଡିସେମ୍ବର ୫ , ୧୨ ଓ ୧୯ରେ ଜଳ ସମ୍ପଦ, ଯୋଜନା ଓ ସଂଯାଜନା , ପର୍ଯ୍ୟଟନ , ସୂଚନା ଓ ଲୋକସମ୍ପର୍କ , ବାଣିଜ୍ୟ , ଓଡିଆ ଭାଷା , ସାହିତ୍ୟ ଏବଂ ସଂସ୍କୃତି ଓ ପରିବହନ ବିଭାଗରେ ପ୍ରଶ୍ନ ଉପରେ ଆଲୋଚନା କରାଯିବ ।
ନଭେମ୍ବର ୧୫ , ୨୨ , ୨୯ , ଡିସେମ୍ବର ୬ ଓ ୧୩ ତାରିଖରେ ରାଜସ୍ୱ , ବିପର୍ଯ୍ୟୟ ପରିଚାଳନା , ଅନୁସୂଚିତ ଜାତି ଓ ଜନଜାତି , ଶକ୍ତି , କ୍ରୀଡା , ଶିଳ୍ପ , ଆଇଟି ଏବଂ ଏମଏସଏମଇ ବିଭାଗର ପ୍ରଶ୍ନ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଛି । ନଭେମ୍ବର ୧୬ , ୩୦ , ଡିସେମ୍ବର ୭ ରେ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି , ବିଜ୍ଞାନ ଓ ବୈଷୟିକ ଶିକ୍ଷା , ହସ୍ତତନ୍ତ ଓ ବୟନଶିଳ୍ପ , ଦକ୍ଷତା ବିକାଶ , ସାମାଜିକ ସୁରକ୍ଷା , ଭିନ୍ନକ୍ଷମ ସଶକ୍ତିକରଣ ଓ ସାଧାରଣ ଉଦ୍ୟୋଗ ବିଭାଗ ,ସଂକ୍ରାନ୍ତୀୟ ପ୍ରଶ୍ନ ଆଲୋଚନା କରାଯିବ । ନଭେମ୍ବର ୧୮ , ୨୫ , ଡିସେମ୍ବର ୨ , ୯ ଓ ୧୬ ତାରିଖରେ ସ୍ୱରାଷ୍ଟ୍ର ବିଭାଗ , ଅର୍ଥ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ପୂର୍ତ , ଅବକାରୀ , ଇସ୍ପାତ ଓ ଖଣି ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରଶ୍ନ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ନଭେମ୍ବର ୧୯ , ୨୬ ଓ ଡିସେମ୍ବର ୩ , ୧୦ ଓ ୧୭ ତାରିଖରେ ପଂଚାୟତିରାଜ ଓ ପାନୀୟ ଜଳ , ଗ୍ରାମ୍ୟ ଜଳ ଯୋଗାଣ , ଜଙ୍ଗଲ ଓ ପରିବେଶ , ଗୃହ ନିର୍ମାଣ ଓ ନଗର ଉନ୍ନୟନ , ଶ୍ରମ ଓ କର୍ମ ନିଯୁକ୍ତି , ଆଇନ ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନ ଉପରେ ଆଲୋଚନା କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା