Connect with us

ଦେଶ

ଶାହାଙ୍କ ସୁରକ୍ଷା ଜନିତ ଖର୍ଚ ପ୍ରକାଶ କରି ହେବ ନାହିଁ: କେନ୍ଦ୍ରୀୟ ସୂଚନା କମିସନ l

ଶାହାଙ୍କ ସୁରକ୍ଷା ଜନିତ ଖର୍ଚ ପ୍ରକାଶ କରି ହେବ ନାହିଁ: କେନ୍ଦ୍ରୀୟ ସୂଚନା କମିସନ l

ବିଜେପି ସଭାପତି ଅମିତ ଶାହାଙ୍କ ସୁରକ୍ଷା ଜନିତ ଖର୍ଚ ପ୍ରକାଶ କରି ହେବ ନାହିଁ: କେନ୍ଦ୍ରୀୟ ସୂଚନା କମିସନ l

ନୂଆଦିଲ୍ଲୀ:୨୦୧୪ ମସିହାରେ ଦୀପକ ଜୁନେଜା ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ୍‌ ଦ୍ୱାରା ବିଜେପି ସଭାପତି ଅମିତ ସାହାଙ୍କର ସୁରକ୍ଷା ବାବଦ ଖର୍ଚ୍ଚ ଜାଣିବାକୁ ଆବେଦନ କରିଥିଲେ l ସୂଚନା ଅଧିକାର ଆଇନ୍‌ ଏକ୍‌ଜେମ୍ପ୍‌ସନ୍‌ କ୍ଲଜ୍‌ ‘ବ୍ୟକ୍ତିଗତ ସୂଚନା ଏବଂ ‘ନିରାପତ୍ତା’ ଆଧାରରେ ବିଜେପି ସଭାପତି ଅମିତ ଶାହାଙ୍କ ନିରାପତ୍ତାରେ କେତେ ଖର୍ଚ୍ଚ ହେଉଛି ତାହା ପ୍ରକାଶ କରି ହେବ ନାହିଁ ବୋଲି କେନ୍ଦ୍ରୀୟ ସୂଚନା କମିସନ୍‌ କହିଛି।
ସେତେବେଳେ ସିଆଇସି ଆଦେଶକୁ ଜୁନେଜା ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ ମଧ୍ୟ ମଗାଯାଇଥିବା ସୂଚନା ଆର୍‌ଟିଆଇ ଆଇନ୍‌ର ସେକ୍‌ସନ୍‌ ୮(୧) କ୍ଲଜ୍‌ (ଜି) ଏବଂ (ଜେ) ଅଧୀନରେ ଆସୁଛି କି, ନାହିଁ ପ୍ରଥମେ ଯାଞ୍ଚ କରିବା ଉଚିତ ବୋଲି କହି ଜଷ୍ଟିସ୍‌ ବିଭୁ ବାଖରୁ ଟ୍ରାନ୍‌ସ୍‌ପେରେନ୍‌ସି ପାନେଲ୍‌ର ଆଦେଶକୁ ଏଡ଼ାଇ ଦେଇଥିଲେ। ମାମଲା ପୁଣି ସିଆଇସିକୁ ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

More in ଦେଶ