Connect with us

ଓଡିଶା

ବିଜୁଙ୍କ ନାଁରେ ନୂଆ ଦଳ ଗଢିବେ ଦାମ !

ସାଙ୍କେତିକ ଚିତ୍ର

ବିଜୁଙ୍କ ନାଁରେ ନୂଆ ଦଳ ଗଢିବେ ଦାମ !
ଭୁବନେଶ୍ୱର,୩ା୧୦ : ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଖୁବ୍ ଶୀଘ୍ର ଏକ ନୂତନ ଦଳ ଗଠନ କରାଯିବ । ପିତୃପକ୍ଷ ଶେଷ ହେବା ପରେ ଶୁଭ ବେଳ ଦେଖି ନୂଆ ଦଳ ଗଠନ ହେବ । ଅସଲି ବିଜୁ ପ୍ରେମୀମାନଙ୍କୁଏଥିରେ ସାମିଲ କରାଯିବ ବୋଲି ବିଜେଡିରୁ ବହିଷ୍କୃତ ହୋଇଥିବା ଡା. ଦାମୋଦର ରାଉତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଗଠନ ହୋଇଥିବା ବିଜେଡି ଦଳ ରାଜ୍ୟର ଶାସନ କ୍ଷମତାରେ ଦୀର୍ଘ ୧୯ ବର୍ଷ ଧରି ରହିଛି । ଏଥିରେ ବିଜୁ ବାବୁଙ୍କ ପ୍ରତି ଆନୁଗତ୍ୟ ରହିଥିବା ବ୍ୟକ୍ତିମାନେ ଏବେ ସେଥିରେ ନାହାନ୍ତି । ସେମାନଙ୍କୁ ଜଣ ଜଣ କରି ବିଭିନ୍ନ ଆଳରେ ଦଳରୁ ବିଦା କରାଯାଇଛି । ଯେଉଁ ଉଦ୍ଦେଶ୍ୟରେ ଏହି ଦଳ ଗଠନ ହୋଇଥିଲା ସେ ଉଦ୍ଦେଶ୍ୟ ସାଧିତ ହୋଇପାରି ନାହିଁ । ଏଥିରେ ଗଣତନ୍ତ୍ର ନାହିଁ । ଲୋକତନ୍ତ୍ର ଶାସନ ନାଁରେ ଏକଛତ୍ରବାଦ ଶାସନ ଚାଲିଛି । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଦଳ ଉବୁଟୁବୁ ହେଉଛି । ଲୋକତନ୍ତ୍ର ବଦଳରେ ଅମଲାତାନ୍ତ୍ରିକ ଶାସନ ଚାଲିଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା