Connect with us

ଓଡିଶା

କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସରିଲା ନାମାଙ୍କନ, ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ସାଙ୍କେତିକ ଚିତ୍ର

ସରିଲା ନାମାଙ୍କନ, ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା
ଭୁବନେଶ୍ୱର,୩ା୧୦: ଅକ୍ଟୋବର ୧୧ ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବୁଧବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟରେ ଅଧିକାଂଶ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ରାଜଧାନୀର ପ୍ରମୁଖ କଲେଜ ଓ ରମାଦେବୀ ମହିଳ ବିଶ୍ୱ ବିଦ୍ୟାଳୟ ସମତେ ରାଜ୍ୟର ବିଭିନ୍ନ କଲେଜରେ ଆଶାୟୀ ପ୍ରାର୍ଥୀମାନେ ନିଜ ସମର୍ଥକ ମାନଙ୍କ ସହିତ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ବାଜା ବାଣ ରୋଷଣୀ ସହ କ୍ୟାମ୍ପସ୍ ରେ ପହଂଚିବା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅପରାହ୍ନରେ ପ୍ରାର୍ଥୀପତ୍ର ଗୁଡିକୁ ଯାଂଚ କରାଯାଇଥିଲା ।

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅ ।ଶାୟୀ ପାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅଧିକାଂଶ ସ୍ଥାନରେ ତ୍ରିମୁଖୀ ଲଢେଇ ହେବ । ଅପରପକ୍ଷରେ ବୋମାମାଡ , ଛାତ୍ର ଅଶାନ୍ତି ଏବଂ ଗୋଷ୍ଠୀ ସଂଘର୍ଷ ଯୋଗୁଁ ବହୁ କଲେଜ ଏବଂ ବିଶ୍ୱ ବିଦ୍ୟାଳୟରେ ଚଳିତ ଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି । ଏପରିକି ସାଇନ୍ ଏ ଡାଏ ମଧ୍ୟ ଘୋଷଣା କରାଯାଇଛି । ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହେଉଛି କଲେଜ କ୍ୟାମ୍ପସ । ଆଶାୟୀ ପ୍ରାର୍ଥୀମାନେ ସକାଳ ୯ଟାରୁ ନିଜ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାଣୀବିହାରରେ ନିର୍ବାଚନ ବନ୍ଦ ହେବା ପରେ ବର୍ତମାନ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର ରହିଛି । ବୁଧବାର ପ୍ରାର୍ଥୀନୀ ଛାତ୍ରୀମାନେ ବାଜା ରୋଷଣୀ ସହ ନିଜ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବିଜେବି କଲେଜ , ରାଜଧାନୀ କଲେଜ , କମଳାନେହେରୁ କଲେଜ , ଦେବରାୟ କଲେଜ, ମହର୍ଷି କଲେଜ ଆଦିରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ସେହିପରି କଟକର ଶୈଳବାଳା, ଖ୍ରୀଷ୍ଟ ଓ ଜେକେବିକେ କଲେଜ , ଖୋର୍ଦ୍ଧାର ପିଏନ୍ ଏବଂ ରାଉରକେଲାରେ ଥିବା ୯ଟି କଲେଜରେ ପ୍ରାର୍ଥିପତ୍ର ଦାଖଲ କରାଯାଇଛି । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ୟୁନିଭରସିଟି ଓ ବିନାୟକ ଅ।ଚାର୍ଯ୍ୟ କଲେଜରେ ଶାନ୍ତିପୂର୍ଣ୍ଣ ଭାବେ ନାମାଙ୍କନ ପତ୍ର ଦାଖଲ ସରିଛି । ଯାଜପୁରର ବ୍ୟାସନଗର ଅଟୋନୋମସ୍ କଲେଜ ଓ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେପଟେ ଯେଉଁ ଯେଉଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜେଡିର ପରାଜୟ ଅ।ଶଙ୍କା ରହିଛି, ସେହି ସେହି ସ୍ଥାନରେ ଜାଣିଶୁଣି ଗଣ୍ଡଗୋଳ କରି ନିର୍ବାଚନ ବାତିଲ କରାଇଥିବା ଅଭିଯୋଗ ଅଣିଛନ୍ତି ଛାତ୍ର କଂଗ୍ରେସ ଓ ଏବିଭିପି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା