Connect with us

ଓଡିଶା

ବିକୃତ ମାନବିକତା: ଶବକୁ ମିଳିଲାନି କାନ୍ଧ

କେନ୍ଦୁଝର,୧୦ା୮ : ମଣିଷ ର ମାନବିକତା ଶେଷ ହେବାକୁ ବସିଲାଣି । ଗାଁରେ ମୃତ ବାପକୁ ମିଳିଲା ନାହିଁ କାନ୍ଧ । ଫଳରେ ପୁଅ ପ୍ରଦୀପ ତାର ୧୩ ବର୍ଷର ସମ୍ପର୍କୀୟ ଭାଇ ସହ ଭାରରେ ବୋହି ନେଇ ଶ୍ମଶାନରେ ବାପାଙ୍କର ଶବଦାହ କରିଛି । ଏଭଳି ଏକ ମାନବିକତା ବିହୀନ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକର ବରଦାପାଲ ଗାଁରେ । ବରଦାପାଳ ଗାଁର ୫୫ ବର୍ଷିୟ ଦୁଃଶାସନ ବେହେରା ମୂଲ ମଜୁରୀ ଲାଗି ପରିବାର ପ୍ରତି ପୋଷଣ କରୁଥିଲେ । ହେଲେ ତାଙ୍କ ପରିବାରକୁ ସେତେ ଯେମିତି କାହାର ନଜର ଲାଗିଗଲା । ଦୁଃଶାସନ କର୍କଟ ରୋଗରେ ପୀଡିତ ହେବା ଜଣାପଡିଲା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଯାଇ ଚିକିତ୍ସା ହେଲେ , କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ସେ ଆରୋଗ୍ୟ ହୋଇ ପାରବେ ନାହିଁ କହି କଟକରୁ ଡାକ୍ତର ତାଙ୍କୁ ଫେରାଇ ଦେଲେ । ଶେଷରେ ଗତ ୩ ତାରିଖ ବିଳମ୍ବିତ ରାତିରେ ଘରେ ହଠାତ ତାଙ୍କର ବାନ୍ତି ହୋଇଥିଲା । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ଶବ ଶ୍ମଶାନକୁ ନେବା ପାଇଁ ପ୍ରଦୀପ ରାତି ସାରା ଗାଁ ଲୋକଙ୍କୁ ନେହୁରା ହୋଇ ଅନୁରୋଧ କରି କରି ଥକିଯାଇଥିଲେ ମଧ୍ୟ କେହି ଆସି ନ ଥିଲେ । ବରଂ ଦୁଃଶାସନକୁ ମାଛିଆ ପାତକ ହେଇଛି କହି କେହି ଜଣେ ହେଲେବି ମୃତ ଦେହକୁ କାନ୍ଧ ଦେଲେ ନାହିଁ । ଶେଷରେ ପ୍ରଦୀପ ରାତା ରାତି ନିଜେ କୋକେଇ ତିଆର କରି ଅଷ୍ଟମ ଶ୍ରେଣୀ ରେ ପଢୁଥିବା ତାଙ୍କର ପିଇସି ପୁଅ ଭାଇ ସହ ମିଶି ଭାରରେ ବାପାଙ୍କ ଶବ ନେଇ ଶ୍ମଶାନରେ ଦାହ କରିଥିଲା । ଆଜି ବି ଜିଲ୍ଲାରେ ଲୋକଙ୍କ ମଧ୍ୟରେ କିଭଳି ଅନ୍ଧବିଶ୍ୱାସ ଦୃଢ଼ ଭାବେ ବସା ବାନ୍ଧି ରହିଅଛି ଏହି ଘଟଣା ତାର ଏକ ଜ୍ଜଳନ୍ତ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା