Connect with us

ଓଡିଶା

ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ଉଦଘାଟିତ

ଆଦିବାସୀମାନଙ୍କ ସାମଗ୍ରିକ ବିକାଶଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି : ମୁଖ୍ୟମନ୍ତ୍ରୀ

ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ଉଦଘାଟିତ
ଆଦିବାସୀମାନଙ୍କ ସାମଗ୍ରିକ ବିକାଶଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଁ ଓ ମୋ ଦଳ ଆଦିବାସୀ ମାନଙ୍କ ସହିତ ରହିଛି ଓ ସେମାନଙ୍କ ପାଇଁ କାମ କରୁଛି । ସେମାନଙ୍କ ପାଇଁ କାମ ଚାଲିଥିବ । ଆଦିବାସୀମାନଙ୍କ ସାମଗ୍ରିକ ବିକାଶଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଗୁରୁପ୍ରିୟା ସେତୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଯାହା ଫଳରେ ମାଲକାନଗିରିରେ ବିକାଶ ହୋଇପାରିବ । ବିଜେଡି ଅ।ପଣମାନଙ୍କ ଦଳ, ଅ।ପଣଙ୍କ ସମସ୍ୟାକୁ ହିଁ ବିଜେଡି ଉଠାଉଛି । ଅ।ପଣମାନଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଗୁରୁବାର ଆନ୍ତର୍ଜାତିକ ଆଦିବାସୀ ଦିବସ ଅବସରରେ ବିଜେଡି ଆଦିବାସୀ ସାମ୍ମୁଖ୍ୟ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ ଓ ଏହାକୁ ବଜାୟ ରଖିବ । ଗୁରୁପ୍ରିୟା ସେତୁକୁ ଲୋକଙ୍କ ସେବାରେ ସମର୍ପିତ କରାଯାଇଛି । ଏହା “ସ୍ୱାଭିମାନ ଅଂଚଳ’ର ଲୋକଙ୍କ ବିକାଶକୁ ଆହୁରି ଆଗେଇ ନେବ । ଆଦିବାସୀମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ବିଜେଡି ସର୍ବଦା କାର୍ଯ୍ୟ କରୁଛି । ଆଦିବାସୀ ଅଂଚଳରେ ଶିକ୍ଷା ହେଉଛି ବିକାଶ ଓ ପ୍ରଗତିର ପ୍ରମୁଖ ସମ୍ବଳ । ସେ ଦିଗରେ ଅଧିକ ଗୁରୁତ୍ୱ ଦିଅ ।ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ସମାବେଶରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮ହଜାରରୁ ଉଦ୍ଧ୍ୱର୍ ଅ।ଦିବାସୀ ସାମିଲ ହୋଇଥିଲେ । ସେମାନେ ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା