Connect with us

ଓଡିଶା

ଆମ ଗାଁ ଆମ ବିକାଶ ପାଇଁ ଅର୍ଥ ମଂଜୁର l

ଆମ ଗାଁ ଆମ ବିକାଶ ପାଇଁ ଅର୍ଥ ମଂଜୁର
୨୧୩ ପଞ୍ଚାୟତ ପାଇଁ ୪୪.୭୩ କୋଟି ମଞ୍ଜୁର ହେଲା
ଭୁବନେଶ୍ୱର,୧୦ା୮ (ବ୍ୟୁରୋ) : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୪.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଟକ ଜିଲ୍ଲାର ତିଗିରିଆ, ଗଜପତି ଜିଲ୍ଲାର ମୋହନା, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ, ନୂଆପଡ଼ା ଜିଲ୍ଲାର ବୋଡେନ, ପୁରୀ ଜିଲ୍ଲାର ପୁରୀ ସଦର, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ସୋନପୁର ଜିଲ୍ଲା ବିନ୍କା ଓ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ । ଆଜି ମୁଖ୍ୟମନ୍ତ୍ରୀ ହରଭଙ୍ଗା ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୫୧ କୋଟି ଟଙ୍କାରେ ୩୩୦ଟି ପ୍ରକଳ୍ପ, ତିଗିରିଆ ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୬୫ଟି ପ୍ରକଳ୍ପ, ମୋହନା ବ୍ଲକର ୩୮ଟି ପଞ୍ଚାୟତ ପାଇଁ ୪.୫୬ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ମାର୍ଶାଘାଇ ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୫୧୫ କୋଟି ଙଟ୍କାରେ ୧୯୧ଟି ପ୍ରକଳ୍ପ, ବୋଲଗଡ ବ୍ଲକର ୧୯ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୫୪ଟି ପ୍ରକଳ୍ପ ବୋଡେନ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୨.୮୪ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ, ପୁରୀ ସଦର ବ୍ଲକର ୩୦ଟି ପଞ୍ଚାୟତ ପାଇଁ ୭.୦୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ, କୁଚିଣ୍ଡା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୩.୬୫୫ କୋଟି ଟଙ୍କାରେ ୧୪୩ଟି ପ୍ରକଳ୍ପ, ବିନ୍କା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୧୨୭ଟି ପ୍ରକଳ୍ପ ଓ ହେମଗିରି ବ୍ଲକର ୧୯ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୪୪.୭୩ କୋଟି ଟଙ୍କାରେ ୧୯୨୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୩୯ଟି ବ୍ଲକର ୩୧୯୭ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ୨୯୮୧୬ଟି ପ୍ରକଳ୍ପ ପାଇଁ ୭୨୯.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ୍ୟ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା