Connect with us

ଓଡିଶା

ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ଦାୟୀ: ବିଜେପି

ସାଙ୍କେତିକ ଚିତ୍ର

ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ଦାୟୀ: ବିଜେପି
– ସ୍ୱତନ୍ତ୍ର ରିଲିଫ କମିଶନର ତୁରନ୍ତ ଇସ୍ତଫା ଦିଅନ୍ତୁ
– ସମସ୍ତ ଜମିର କ୍ଷୟକ୍ଷତି ଦଳୀୟ ଭିତିରେ ଆକଳନ ନକରି ନିରପେକ୍ଷ ଏବଂ ସଠିକ୍ ଭାବେ କରାଯାଉ
ଭୁବନେଶ୍ୱର ତିତିଲି ବାତ୍ୟା ଓ ବାତ୍ୟା ପରବର୍ତୀ ବନ୍ୟା ପରିସ୍ଥିତିକୁ ପରିଚାଳନା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ ହୋଇଛନ୍ତି । ପାଣିପାଗ ବିଭାଗ ତରଫରୁ ବାରମ୍ବାର ସୁଚନା ଦିଆଯିବା ସତ୍ୱେ ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଖାମଖିଆଲି ଭାବେ ଗ୍ରହଣ କରିଥିଲେ । ଏହି କାରଣରୁ ଆଜି ବାତ୍ୟା ଓ ବନ୍ୟା ପ୍ରପିଡିତ ଲକ୍ଷ ଲକ୍ଷ ଜନତା ନାନାଦି କଷ୍ଟ ଭୋଗୁଛନ୍ତି । ‘ଜିରୋ କାଜୁଆଲଟି’ କହି ରାଜ୍ୟ ସରକାର ବାସ୍ତବ ସ୍ଥିତିକୁ ଅସ୍ୱୀକାର କରିବା ସହ ମିଛଠାରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସତ୍ୟ ପଦାକୁ ଆସିଲାଣି । ତେଣୁ ରାଜ୍ୟ ସରକାର ନାଟକବାଜୀ ବନ୍ଦ କରି ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ବିଜେପି ଦାବୀ କରିଛି ।
ତିତଲି ବାତ୍ୟା ଏବଂ ପରେ ବନ୍ୟା ପରିସ୍ଥିତି ପରଖିବା ପାଇଁ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ୩ ଟି ଟିମ୍ ଗଠନ ହୋଇଥିଲା ।ଏହି ୩ଟି ଟିମ୍ ଗଂଜାମ,ଗଜପତି ଏବଂ ରାୟଗଡା ଜିଲ୍ଲାରେ ପହଂଚି ବନ୍ୟା ସ୍ଥିତିକୁୁ ଦେଖିବା ସହ ଜଳବନ୍ଦୀ ଲୋକଙ୍କ ପାଖରେ ରିଲିଫ୍ ପହଂଚାଇଥିଲେ । ରାଜ୍ୟସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା ଏବଂ ଆସନ୍ନ ବନ୍ୟାର ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ପ୍ରାକ୍ ପ୍ରସ୍ତୁତି ନଥିବାରୁ ବିଶେଷକରି ଗଂଜାମ, ଗଜପତି, ରାୟଗଡା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଏଥି ସତ୍ୱେ ଗତକାଲି ସଂଧ୍ୟା ସୁଦ୍ଧା ଜଳବନ୍ଦୀ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ, ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ଆଦି ଅତ୍ୟାବଶକୀୟ ସାମଗ୍ରୀ ନପହଂଚାଇ ପାରିବା ରାଜ୍ୟସରକାରଙ୍କ ସମ୍ବେଦନହୀନତାର ପରିଚୟ ଦେଇଛି ବୋଲି ଅଭିଯୋଗ କରିବା ସହ ନୈତିକତା ଦୃଷ୍ଟି କାରଣରୁ ସ୍ୱତନ୍ତ୍ର ରିଲିଫ କମିଶନର ତୁରନ୍ତ ଇସ୍ତଫା ଦେବା ପାଇଁ ବିଜେପି ଦାବୀ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା