Connect with us

ଓଡିଶା

ତିତିଲି ମୁକାବିଲା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଓଡିଶାବାସୀ କହିବେ : ବିଜେଡି

ସାଙ୍କେତିକ ଚିତ୍ର

ତିତିଲି ମୁକାବିଲା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଓଡିଶାବାସୀ କହିବେ : ବିଜେଡି
– ବିଜେପି ମିଥ୍ୟା ପ୍ରଚାର କରୁଛି
ଭୁବନେଶ୍ୱର :- ବାତ୍ୟା ତିତଲି ଓଡ଼ିଶାର ଏକ ଅତି ଭୟାବହ ବାତ୍ୟା ଥିଲା, ଯାହାର ବେଗ ଘଂଟା ପ୍ରତି ୧୬୫ କିମି ରହିଥିଲା । ଗତ ୧୮ବର୍ଷ ମଧ୍ୟରେ ଏହା ଓଡ଼ିଶାର ଦ୍ୱିତୀୟ ଭୟଙ୍କର ବାତ୍ୟା ଥିଲା । ଓଡ଼ିଶାର ଜନସାଧାରଣ ଉଚିତ ନ୍ୟାୟରେ କହିପାରିବେ ଯେ ଏହି ବାତ୍ୟାର ମୁକାବିଲା କେଉଁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯେଉଁ ଭାବରେ ଏହି ବାତ୍ୟାର ପ୍ରଭାବକୁ ନିୟନ୍ତ୍ରିତ କରାଯାଇଥିଲା, ସେଥିରେ ବିଜେପି ଭୟଭୀତ ହୋଇପଡିଛି । ବିଜେପି ନିଜର ନିରାଶା ଯୋଗୁ ରାଜନୈତିକ ଅଭିସନ୍ଧି ରଖି ମିଥ୍ୟା ପ୍ରଚାର କରୁଛି । ଏହି ବାତ୍ୟାକୁ ମୁକାବିଲା କରିବା ପାଇଁ ଯେଉଁ ସ୍ୱେଚ୍ଛାସେବୀ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନେ ନିଷ୍ଠାର ସହ ରାତି ଦିନ କାର୍ଯ୍ୟ କରି ୩ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ, ବିଜେପି ନେତାଙ୍କ ବକ୍ତବ୍ୟ ଏପରି ବଳିଦାନକୁ ନିଶ୍ଚିତ ରୂପେ ଅସମ୍ମାନିତ କରୁଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
ଉପକୂଳ ଓଡ଼ିଶାରେ ଯଦିଓ ତିତଲି ଲ୍ୟାଣ୍ଡଫଲ କରିଥିଲା, କିନ୍ତୁ ସମଗ୍ର ଉପକୂଳରେ ଗୋଟିଏ ବି ମୂଲ୍ୟବାନ ଜୀବନ ପ୍ରତି କୌଣସି ବିପତି ଆସିନଥିଲା । ଏହା ରାଜ୍ୟ ସରକାରଙ୍କ ଦୃଢ଼ ପ୍ରସ୍ତୁତିକୁ ଦର୍ଶାଉଛି ଓ ପ୍ରତିପାଦିତ କରୁଛି । ବିଜେପି ଏହି ସଫଳତାରୁ ଈର୍ଷାନ୍ୱିତ ହୋଇ କଳେବଳେ ମିଥ୍ୟା ଅଭିଯୋଗ ଆଣିବାରେ ଲାଗିଛି । ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଘଟଣାକୁ ନେଇ ବିଜେପି ଯେଭଳି ଭାବରେ ରାଜନୀତିକରଣ କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତକାଲି ବିଜୁ ଜନତା ଦଳର ସଭାପତି ମତ ରଖିଥିଲେ ଯେ ଯେଉଁମାନେ ଏହି ଦୁର୍ବିପାକ ଉପରେ ରାଜନୀତି କରୁଛନ୍ତି, କରନ୍ତୁ । ଆମେ ଜନସାଧାରଣଙ୍କ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛୁ । ଦୁଇଜଣ ବିଜେପିର କେନ୍ଦ୍ରମନ୍ତ୍ରୀ ଏହି ରାଜ୍ୟର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସାଥୀରେ ଫଟୋ ଉଠାଇବା ସର୍ବସ୍ୱ ନହୋଇ ସେମାନେ କେନ୍ଦ୍ର ସରକାରଙ୍କ ଟେଲି ଯୋଗାଯୋଗ, ରାସ୍ତା ଓ ପରିବହନ, ରେଳବାଇ ଓ ଅର୍ଥ ମନ୍ତ୍ରାଳୟକୁ ରାଜ୍ୟରେ ଠିକ ଭାବରେ କାର୍ଯ୍ୟ କରିବା ପାଇଁ କୁହନ୍ତୁ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା