Connect with us

ଓଡିଶା

‘କର୍ମଚାରୀ ମିଳିତ ମଞ୍ଚ’ର ଗଣଧାରଣା ସ୍ଥଗିତ

ସାଙ୍କେତିକ ଚିତ୍ର

‘କର୍ମଚାରୀ ମିଳିତ ମଞ୍ଚ’ର ଗଣଧାରଣା ସ୍ଥଗିତ

ଭୁବନେଶ୍ୱର,୧୩।୧୦:- ଓଡ଼ିଶା ସ୍କୁଲ, କଲେଜ, ଶିକ୍ଷକମାନଙ୍କୁ ନେଇ ଗଠନ କରାଯାଇଥିବା ‘କର୍ମଚାରୀ ମିଳିତ ମଞ୍ଚ’ ଆହ୍ବାନରେ ଚାଲିଥିବା ଗଣଧାରଣା ସ୍ଥଗିତ କରାଯାଇଛି । ରାଜ୍ୟ ସରକାରଙ୍କ ସହିତ ମିଳିତ ମଞ୍ଚର ୧୩ ଜଣିଆ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲା । ଦାବୀ ପୂରଣର ସମ୍ଭାବନା ଦେଖାଯିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ସରକାରଙ୍କୁ ମିଳିତ ମଞ୍ଚ ସମୟ ଦେଇଛି । ଭୁବନେଶ୍ୱର ସ୍ଥିତ ଲୋୟର ପିଏମ୍‌ଜି ଠାରେ ଦୀର୍ଘ ୫୯ଦିନ ଧରି ଶିକ୍ଷକ ସଂଘ ଆନ୍ଦୋଳନ ଚଳାଇଆସୁଥିଲା ।
ଅନ୍ୟପଟେ ଶିକ୍ଷକଙ୍କ ୪୬ ଦିନର ଦରମା ଦେବାକୁ ସରକାର ରାଜି ହୋଇଛନ୍ତି । ସେହିପରି କଲେଜ ଅଧ୍ୟାପକଙ୍କ ୩୦ ଦିନର ବକେୟା ଦରମା ଦିଆଯିବ ବୋଲି ସୂଚନା ମିଳିଛି । ଏହିସବୁ ଦାବିକୁ ନେଇ ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ଅଧ୍ୟାପକ ଓ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା