Connect with us

ଓଡିଶା

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜଭବନ ଘେରାଉ ୧ରେ

ସାଙ୍କେତିକ ଚିତ୍ର

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜଭବନ ଘେରାଉ ୧ରେ
ଭୁବନେଶ୍ୱର,୨୮ା୯: କ୍ରମାଗତ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ଅକ୍ଟୋବର ୧ ତାରିଖରେ ରାଜଭବନ ଘେରାଉ କରାଯିବ । ପୂର୍ବାହ୍ନ ୧୦ଟାରୁ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ଏଥିରେ ବିଜେଡ଼ି ଯୁବ, ମହିଳା ଓ ଛାତ୍ର ସଂଗଠନ ସାମିଲ ହେବେ । ଯଦି କେନ୍ଦ୍ର ସରକାର ତୈଳ ଦର ହ୍ରାସ ଦିଗରେ ପଦକ୍ଷେପ ନନେବେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଶୁକ୍ରବାର ରାଜ୍ୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ଶ୍ରୀ ଦାସବର୍ମା କହିଥିଲେ ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଥିବା ବେଳେ ଏହାର ତଥ୍ୟ ଜନସାଧାରଣଙ୍କ ସହ ସେୟାର କରାଯାଉନଥିଲା । ୨୦୧୪ ମସିହାରେ ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ୯.୨୦ ଥିବାବେଳେ ସେଥିରେ ୧୧୧ ପ୍ରତିଶତ ବଢାଇ ୧୯.୩୮ କରାଯାଇଛି । ସେହିପରି ଡିଜେଲରେ ୩.୪୪ ପଇଷା ନେଉଥିବା ବେଳେ ଏହା ୩୫୦ ପ୍ରତିଶତ ବଢାଇ ୧୧.୩୩ ଟଙ୍କା ନିଆଯାଉଛି । ଏଲପିଜି ୮୭୦ ଟଙ୍କାରେ ପହଁଚିଲାଣି । ଉଜ୍ଜଳା ଯୋଜନାରେ ୩୦ ଲକ୍ଷ ସଂଯୋଗ ଦିଆଯାଇଛି ଓ ୬ ଲକ୍ଷ ରିଫିଲିଙ୍ଗ କରିଥିବା କହିଛନ୍ତି କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟସଭାରେ କହୁଛନ୍ତି । ଏଥିରେ ବଡ ଧରଣରର ସ୍କାମ ହୋଇଛି ।

ବର୍ତମାନ କେନ୍ଦ୍ର ସରକାର ପ୍ରତ୍ୟେକ ଘରୁ ପ୍ରତି ପକେଟରୁ ପଇସା ଲୁଟ କରିବାରେ ଲାଗିଛନ୍ତି । ସେହିପରି ବିଧାୟକ ଶ୍ରୀ ସାହୁ କହିଥିଲେ ଯେ ବିଜେଡି କ୍ରମାଗତ ଭାବେ ତୈଳଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରି ଚାଲିଛି । ମାତ୍ର କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ନୀରବଦ୍ରଷ୍ଟା ସାଜିଛନ୍ତି । ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରି ହାଣ୍ଡିଶାଳ ଉପରେ ମାଡ଼ ଦେଇଛନ୍ତି । ଉଜ୍ଜଳା ଯୋଜନାରେ ଏଲପିଜି ଯୋଗାଣ ନାଁରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି । ପେଟ୍ରୋଲିୟମ ସାମଗ୍ରୀ ଦରବୃଦ୍ଧି ଯୋଗୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି । ଯାହା ଗରିବ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଛି । ତେଣୁ ବିଜେଡି ଚୁପ୍ ବସିବ ନାହିଁ ।

ବିଜେଡି, ମହିଳା , ଯୁବ, ଛାତ୍ର ଶାଖା ପକ୍ଷରୁ ୧ ତାରିଖ ଦିନ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ହେବ । ଜନସାଧାରଣଙ୍କୁ ସଚେତନ ପାଇଁ ଏହି ଆନ୍ଦୋଳନ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା