Connect with us

ଆଞ୍ଚଳିକ

ପୁରୀରେ ବାର୍ଡ ଫ୍ଲୁ

ସାଙ୍କେତିକ ଚିତ୍ର

ପୁରୀରେ ବାର୍ଡ ଫ୍ଲୁ
ଆଜିଠାରୁ କୁକଡା ମରା; ୧୦ ଦିନ ପର୍ଯ୍ୟନ୍ତ ଅଣ୍ଡା ବନ୍ଦ୍
ଭୁବନେଶ୍ୱର,୧୩ା୧୨ : ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ପ୍ରଭାବରେ କାଉ ଓ କୁକୁଡା ମଡକ ଦେଖା ଦେଇଥିବାରୁ ଆସନ୍ତାକାଲି ଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହେବ । ଆଗାମୀ ୧୦ ଦିନ ପାଇଁ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଯୋଗାଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅନ୍ୟପକ୍ଷରେ ନଳବଣରେ ବାର୍ଡ ଫ୍ଲୁର ପ୍ରଭାବ ନଥିଲେ ହେଁପୂର୍ବରୁ ସତର୍କ ବ୍ୟବସ୍ଥା ଗ୍ରହଣ କରିବାପାଇଁ ସ୍ଥିର ହୋଇଛି । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ରୁ ଯାଇଥିବା ନମୂନାରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି ।

ବାହାରୁ ଅଣ୍ଡା କିମ୍ବା ଚିକେନ୍ ଅଣାଯିବ ନାହିଁ କିମ୍ବା ବାହାରକୁ ଯିବ ନାହିଁ । କୃଷ୍ଣ ପ୍ରସାଦ , ମାଲୁଦ, ପଥରଗଂଜ ଓ ସାନ ସାହିରେ ଆସନ୍ତା କାଲି ଠାରୁ କୁକୁଡା ମରାଯିବ ବୋଲି ଜିଲ୍ଲା ଭେଟନାରୀ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ବିଶାଲ ଗଗନ କହିଛନ୍ତିି ଯେ ବାର୍ଡ ଫ୍ଲୁ ଠାବ ହୋଇଥିବା ସ୍ଥାନଠାରୁ ୧୦ କିମି ପରିଧି ମଧ୍ୟରେ ଯାଂଚ କରାଯିବ ।୧ କିମି ମଧ୍ୟରେ କୁକୁଡା ଗୁଡିକୁ ମରାଯିବ । ସଂଗୃହୀତ୨୦ ଟି ନମୂନା ଯାଂଚ ପାଇଁ ଭୋପାଳ ପଠାଯାଇଥିଲା । ସେଥିମଧ୍ୟରୁ ୪ ଟି ପଜିଟିଭ୍ ବାହାରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ