Connect with us

ଅପରାଧ

ଗାଇଡଲାଇନକୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି : ଏନସିପିସିଆର

ସାଙ୍କେତିକ ଚିତ୍ର

ସେଲ୍ଟର ହୋମରେ ନିର୍ଯାତନା ଘଟଣା
ଗାଇଡଲାଇନକୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି : ଏନସିପିସିଆର
ଭୁବନେଶ୍ୱର,୧୩ା୧୨: ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ସେଲଟର ହୋମରେ ଶିଶୁ ସୁରକ୍ଷା ସମ୍ପର୍କିତ ଗାଇଡଲାଇନକୁ ରାଜ୍ୟ ସରକାର ଉଲ୍ଲଂଘନ କରିଛନ୍ତି ବୋଲି ଅନୁଧ୍ୟାନ ପରେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ୍ ଅଫ ଚାଇଲଡ ରାଇଟସ୍ (ଏନସିପିସିଆର) ସଦସ୍ୟ ମାନେ କହିଛନ୍ତି । ୨ ମାସ ମଧ୍ୟରେ ସମସ୍ତ ଅ।ଶ୍ରୟ ଗୃହଗୁଡ଼ିକରେ ଗାଇଡ଼ଲାଇନ୍ସ ଅନୁଯାୟୀ ପଦକ୍ଷେପ ନେବାକୁ ସେମାନେ ନିର୍ଦ୍ଦେଶ ଦେଇଛନ୍ତି ।

ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡା,ବାଲେଶ୍ୱର, ପୁରୀ ସମେତ ଢେଙ୍କାନାଳରେ ଥିବା ଅ।ଶ୍ରମ ଗୃହରେ ଏନସିପିସିଆର ଟିମ୍ ଅନୁଧ୍ୟାନ କରିଥିଲେ । ଏନସିପିସିଆରର ୨ ଓ ଓଏସସିପିସିଆରର ୨ ଜଣ ସଦସ୍ୟ ଅ।ଜି ଢେଙ୍କାନାଳ ବେଲଟିକିରି ସ୍ଥିତ ଡ୍ରିମ୍ ହୋମକୁ ଯାଇ ଖୋଳତାଡ଼ କରିଥିଲେ । ଏହି ସମୟରେ ସେମାନେ ଜିଲ୍ଲା ପ୍ରଶାସନ ସହ ଅ।ଲୋଚନା କରିଥିଲେ । କେମିତି ଓ କିଏ ଏହି ଅ।ଶ୍ରମ ଗୃହର ପରିଚାଳନା କରୁଥିଲେ, ଏଠାରେ ଧର୍ମାନ୍ତକରଣ କରାଯାଉଥିଲା କି ନା- ଏନସିପିସିଆରର ୯ଟି ଟିମ୍ ଏସବୁର ଟିକିନିଖ ତଥ୍ୟ ସଂଗ୍ରହ କରିଛି ବୋଲି ସଦସ୍ୟ ୟଶୱନ୍ତ ଜୈନ କହିଛନ୍ତି । ସେ କହିଛନ୍ତି ଯେ ସେଲଟର ହୋମ୍ ଗୁଡ଼ିକରେ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ବର୍ଷକ ତଳେ ଗାଇଡ ଲାଇନ୍ କରାଯାଇଥିଲା ।

ମାତ୍ର ଏହାକୁ ପାଳନ କରାଯାଇନାହିଁ । ସଂପୃକ୍ତ ଶେଲ୍ଟର ହୋମ ଗୁଡ଼ିକ କାହାଦ୍ୱାରା ଚାଲିଛି, କେଉଁଠି ଚାଲିଛି ସେ ନେଇ ର୍ନିଦ୍ଦିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିବା ଅଭିଯୋଗ କରିଛନ୍ତି ଟିମ୍ ସଦସ୍ୟ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ