Connect with us

ଆଞ୍ଚଳିକ

ବିଜେପି ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ସାଙ୍କେତିକ

ବିଜେପି ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭଦ୍ରକ – ଭାରତୀୟ ଜନତା ପାର୍ଟି ପଛୁଆବର୍ଗ ମୋର୍ଚ୍ଚାର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଓ ନୂତନ କାର୍ଯ୍ୟକର୍ତା ଚୟନ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଯୋଗ ଦେଇ ପଛୁଆବର୍ଗକୁ ଆଗକୁ ନେବା ପାଇଁ ମୋଦିଜୀଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ । ସେ ସମାଜର ତଳ ସ୍ତରରେ ଥିବା ପଛୁଆବର୍ଗର ବିଭିନ୍ନ ଜାତିକୁ ସଂଗଠିତ ହେବାକୁ ପରାମର୍ଶ ଦେଇଥିଲେ । ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ବୁଦ୍ଧଦେବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ ଯୋଗ ଦେଇ ଆଗାମୀ ନିର୍ବାଚନକୁ ସାମନା କରିବା ପାଇଁ ସାଂଗଠନିକ ଶକ୍ତି ବୃଦ୍ଧି କରି ଦଳକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ବାସୁଦେବପୁର ନେତା ମାଦବାନନ୍ଦ ମଲ୍ଲିକ, ଜାତୀୟ ପରିଷଦ ସଦସ୍ୟ ଚିତ ରଂଜନ କଂସ, ଜିଲ୍ଲା ଓବିସି ମୋର୍ଚ୍ଚା ପ୍ରଭାରୀ ଚତୁର୍ଭୁଜ ନାୟକ, ଭଦ୍ରକ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଭାଷ୍କର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଶରତ ପଢିଆରୀ, ପ୍ରଭାତ ଜେନା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଧର ମଳ୍ଲିକ, ଯୁବମୋର୍ଚ୍ଚା ସଭାପତି ସୁରେଶ ସାମଲ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରାମଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବୀରେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ରାଜକିଶୋର ନାୟକ, ରାଜ୍ୟ ସବିସି ମୋର୍ଚ୍ଚାର ଉପସଭାପତି ରଘୁନାଥ ପାତ୍ର, ସାଂସଦ ପ୍ରାର୍ଥୀ ଶରତ ଦାସ, ଜିଲ୍ଲା ଉପସଭାପତି ଦୁର୍ଗା ଚରଣ ନାୟକ, ବୁଲୁ ମୁଦୁଲି, ବିଜୟ ଶଙ୍କର ନାୟକ, ରାଜେଶ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ସମସ୍ତ ୩୨ଟି ମଣ୍ଡଳରୁ କାର୍ଯ୍ୟକର୍ତାମାନେ ଏଥିରେ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ