Connect with us

ଓଡିଶା

“ନିଜର ସ୍ୱଚ୍ଛତା ପ୍ରମାଣ ପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ :-ବିଜେପି l

"ନିଜର ସ୍ୱଚ୍ଛତା ପ୍ରମାଣ ପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ :-ବିଜେପି l

“ନିଜର ସ୍ୱଚ୍ଛତା ପ୍ରମାଣ ପାଇଁ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦିଅନ୍ତୁ :-ବିଜେପି
ଭୁବନେଶ୍ୱର,୧୪ା୯ : ରାଜ୍ୟରେ ହୋଇଥିବା ଚାରା ମହାଦୁର୍ନୀତି, ସମବାୟ ଦୁର୍ନୀତି, ଦୁଗ୍ଧଦୁର୍ନୀତି (ଓମଫେଡ) ତାଙ୍କର ଅସଲମୁଖାକୁ ପଦାରେ ପକାଇ ଦେଇଛି । ଯଦି ମୁଖ୍ୟମନ୍ତ୍ରୀଙ୍କର ସତସାହସ ଅଛି ଏ ସମସ୍ତ ଦୁର୍ନୀତିର ତଦନ୍ତ ସିବିଆଇକୁ ଦେବା ଦରକାର । ରାଜ୍ୟ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନଦେଲେ ବିଜେପି ତରଫରୁ ଏହି ପ୍ରସଙ୍ଗକୁ ନେଇ କେବଳ ରାଜରାସ୍ତାରେ ଆନ୍ଦୋଳନ କରିବ ନାହିଁ ଆଇନ ଅଦାଲତର ଆଶ୍ରୟ ନେବାକୁ ଚେତାବନୀ ଦେଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ସମବାୟରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ମୁଖ୍ୟମନ୍ତ୍ରୀ ଏ ସବୁ ଦୁର୍ନୀତି ଉପରେ ଦିଲୀରୁ ଫେରି ପଦୁଟିଏ ନକହି ମୋନାଲିସାର ହସ ହସି ଶୁଆଙ୍କ ପରି ଦୁଇପଦ କଥା କହି ଚାଲିଗଲେ । ଶ୍ରୀ ଆଚାର୍ଯ୍ୟ ଆହୁରି କହିଲେ ଯେ, ଓଡିଶାର ଜନମାନସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ନିଷ୍ପତି ବାବଦରେ ଆନ୍ଦୋଳିତ କରୁଥିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଉତର ନଦେଇ କାହିଁକି ଏଡାଇ ଯାଇଛନ୍ତି ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ, ଓଡିଶାବାସୀ ଏହାର ଉତର ମାଗିବା ସ୍ୱାଭାବିକ କଥା । କଥା କଥାକେ କମିଶନ ବସାଇବାର ଅଭ୍ୟାସ ରହିଛି । ନିଜ ଶାସନ କାଳରେ ଅଢେଇ ଡର୍ଜନରୁ ଅଧିକ କମିଶନ ବସାଇଛନ୍ତି । ହେଲେ ଏହାର ଫଳ ଶୂନ୍ୟ । ଏବେ ନବୀନ ବାବୁ ମୋନାଲିସା ହସ ମାଧ୍ୟମରେ ଯେଉଁ ହସ ଦେଖାଉଛନ୍ତି ଓଡିଶାର ଜନସାଧାରଣର ଏହାର ଜବାବ ବାଲଟ ମାଧ୍ୟମରେ ଦେବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା