Connect with us

ଓଡିଶା

ନବୀନଙ୍କୁ ଚେକମେଟ୍ ଦେବି : ଦାମ

ନବୀନଙ୍କୁ ଚେକମେଟ୍ ଦେବି : ଦାମ

ନବୀନଙ୍କୁ ଚେକମେଟ୍ ଦେବି : ଦାମ
ଭୁବନେଶ୍ୱର,୨୪ା୯: ଆଗାମୀ ସାଧାରଣ ନିର୍ବାଚନରେ ପାରାଦ୍ୱୀପ ସମେତ ମୋ ଜିଲ୍ଲାରେ ବିଜେଡ଼ିର ପ୍ରାର୍ଥୀକୁ ଜିତାଇ ଦେବି ନାହିଁ । ନବୀନ ପଟ୍ଟନାୟକଙ୍କୁ ସାରା ରାଜ୍ୟରେ ଏବେ ଚେକମେଟ ଦେବା ପାଇଁ ଦୃଢ଼ ସଂକଳ୍ପ ନେଇଛି ବୋଲି ବିଜେଡ଼ି ଦଳରୁ ବହିଷ୍କୃତ ତୁଙ୍ଗ ନେତା ଡା. ଦାମୋଦର ରାଉତ ପ୍ରକାଶ କରିଛନ୍ତି

ସେ କହିଛନ୍ତି ଯେ, ଉକ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଯେଉଁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ସମୀକରଣ ହେବ ତାର ପ୍ରାର୍ଥୀ ଜିତିବ, ବିଜେଡ଼ିର ନୁହେଁ । ଯଦି ସମୀକରଣ ନ ହେଲା ସ୍ୱଧୀନ ପ୍ରାର୍ଥୀ ଦେଇ ଜିତାଇବି । ବିଶେଷ କରି ପାରାଦ୍ୱୀପରେ କଂଗ୍ରେସ ପ୍ରାର୍ଥୀ ଜିତିପାରେ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ସେ ଓଡ଼ିଶାକୁ ସୁଶାସନ ଦେବାକୁ ଆସି ନାହାନ୍ତି । ବାପା ଯେତିକି କମେଇଥିଲେ ନବୀନବାବୁ ସେତିକି କମେଇବାକୁ ଆସିଛନ୍ତି । ନବୀନବାବୁ ଯେତେବେଳେ ରାଜନୀତିରେ ପ୍ରବେଶ କଲେ ଏହି କଥା ସେତେବେଳ ଜଣାପଡ଼ିନଥିଲା ଯାହା ଏବେ ଜଣାପଡ଼ିଛି । ଆଜି ଯେଉଁମାନେ ନବୀନବାବୁଙ୍କ ଚାରିପାଖରେ ବୁଲୁଛନ୍ତି ସେମାନେ ସେତେବେଳେ ନବୀନ ବାବୁଙ୍କୁ କଟାକ୍ଷ ଓ ବ୍ୟଙ୍ଗୋକ୍ତି କରି ବହୁ କଥା କହିଛନ୍ତି ।

ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ନାଗସାପରୁ ଧଣ୍ଡ ଜନ୍ମ ନେଇଛି ବୋଲି ମନ୍ତବ୍ୟ ଦେଇଥିଲା ବେଳେ ସୂର୍ଯ୍ୟପାତ୍ର ନବୀନ ଉଡ଼ା ଚଢ଼େଇ ସେ ଉଡ଼ିଯିବେ ବୋଲି କହିଥିଲେ । ସେହିପରି ବିଷ୍ଣୁଦାସ ନବୀନ ବାବୁ ବିଜୁବାବୁଙ୍କ ଔରସରୁ ଜନ୍ମିତ ହୋଇନାହାନ୍ତି ବୋଲି କହିଥିବା ଡାକ୍ତର ରାଉତ ଏହାକୁ ପଦାରେ ପକାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା