Connect with us

ଓଡିଶା

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି – ଧାନ ବିକିବାର ତିନି ଦିନରେ ମିଳିବ ଟଙ୍କା l

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି - ଧାନ ବିକିବାର ତିନି ଦିନରେ ମିଳିବ ଟଙ୍କା l

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଧାନ ବିକିବାର ତିନି ଦିନରେ ମିଳିବ ଟଙ୍କା
ଭୁବନେଶ୍ୱର,୨୪ା୯ : ଚଳିତ ବର୍ଷ ୫୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ବା ୩୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରାଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ଦିନ ମଧ୍ୟରେ ଯିବ ଅର୍ଥ । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ବସିଥିବା ବୈଠକରେ ତିନୋଟି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାବ ପାଢ଼ୀ । ବୈଠକରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ୫୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ବା ୩୭ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଧାନ ଦେବାର ୩ଦିନ ମଧ୍ୟରେ ଚାଷୀ ସେମାନଙ୍କ ପଇସା ପାଇବେ । ୨୪ରୁ ୭୨ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ସେଥିମଧ୍ୟରୁ ୨୩ଲକ୍ଷ ମେଟ୍ରିକ ଟନ୍ ଚାଉଳ ସାଧାରଣ ବଣ୍ଟନ ପାଇଁ ରହିବ । ବଳକା ଚାଉଳକୁ ଏଫ୍ସିଆଇକୁ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ପାକ୍ସ୍ ଏବଂ ଲ୍ୟାମ୍ପସ୍ ଜରିଆରେ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି କୃଷି ବିଭାଗ କ୍ୟାଡର ପୁନର୍ବିନ୍ୟାସକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଣିକି ଧାନ ସଂଗ୍ରହ ବେଳେ ଆଉ ମୁଣ୍ଡପିଛା ଧାନ କଟାଯିବ ନାହିଁ । ପୂର୍ବରୁ ମୁଣ୍ଡପିଛା ୩ କ୍ୱିଣ୍ଟାଲ ଧାନ କଟାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ବନ୍ଦ କରାଯିବ । ଫଳରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ଉପକୃତ ହେବେ । ଆହୁରି ମଧ୍ୟ ଆମ ଗାଁ ଆମ ବିକାଶ କାର୍ଯ୍ୟ ସମ୍ବନ୍ଧରେ ରାଜ୍ୟ କ୍ୟାବିନେଟରେ ଆଲୋଚନା ହୋଇଛି । ଏହାର ଗାଇଡଲାଇନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଚଳିତ ବଜେଟରେ ଏହି କାର୍ଯ୍ୟକ୍ରମ ପାଇଁ ୧୨୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାର କାର୍ଯ୍ୟ କେବଳ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯିବ । ଏଥିରେ କୌଣସି ଠିକାଦାର ନିଯୁକ୍ତି ହେବେନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଲକ୍ଷେରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ପ୍ରତି ପ୍ରକଳ୍ପର କାମ ହେବ ବୋଲି କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା