Connect with us

ଆଞ୍ଚଳିକ

ଅସ୍ଥି ବିସର୍ଜନ ପାଇଁ ଆସୁଥିଲେ କିନ୍ତୁ ନିୟତି ସେମାନଙ୍କୁ ଵିସର୍ଜିତ କରିଦେଲା l

ସାଙ୍କେତିକ ଚିତ୍ର

ହୋଇପାରିଲାନି ଅସ୍ଥି ବିସର୍ଜନ
ନାଳକୁ ଖସିଲା ଟାଟା ଏସି : ୫ ମୃତ
ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା
ପୁରୀ,୨୫ା୯: ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆଜି ଭୋର୍ ସମୟରେ ଏକ ଟାଟା ଏସି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ କଲଭର୍ଟ ବାଡରେ ଧକ୍କା ଦେଇ ନିକଟସ୍ଥ ନାଳ ମଧ୍ୟକୁ ଓଲଟି ପଡିଥିଲା । ଗାଡିଟି ପାଣିରେ ସମ୍ପୂର୍ଣ୍ଣ ବୁଡି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା

ଗୁରୁତର ମାନଙ୍କୁ ପ୍ରଥମେ ଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଅଛନ୍ତି । ସେମାନେ ହେଲେ ଅବନାନ (୭), ୟମାବତୀ (୫), କେ. ୟମାବତୀ (୪୦), କେ. କ୍ରିଷ୍ଣା (୫୦) ଏବଂ ଜଗଦିଶ (୪୦) । ସମସ୍ତ ମୃତାହତ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ଲାଲକମଙ୍ଗ ଗ୍ରାମର ବୋଲି ଜଣାପଡିଛି । ଅସ୍ତି ବିସର୍ଜନ ପାଇଁ ଏମାନେ ପୁରୀ ଆସୁଥିବା ବେଳେ ବାଟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଂଚି ସମସ୍ତଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଚନ୍ଦନପୁର ଥାନା ପୋଲିସ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୋଲିସ ଜବତ କରିଛି ।

ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଛି । ଅନ୍ୟପକ୍ଷରେ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଓ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ଘୋଷଣା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୨୧ ତାରିଖ ରାତିରେ ପୁରୀ ସ୍ୱର୍ଗଦ୍ୱାରକୁ ଶବ ଦାହ କରିବାକୁ ଯାଇ ଏକ ଅଟୋ ଯୋଗେ ଫେରୁଥିବା ବେଳେ ଟ୍ରକ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଜଗନ୍ନାଥ ସଡ଼କର ସୁକଳ ଠାରେ ଏହି ଦୁର୍ଘଟଣା ଘଟିଥିଲା ।

ବିଶେଷ କରି ରାସ୍ତାରେ କଲଭର୍ଟ ଗୁଡିକ ଅଣଓସାରିଆ ଓ ଏଥିରେ କୌଣସି ସତର୍କ ଚିହ୍ନ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ଏହି ରାସ୍ତାକୁ ଦୁଇ ଥାକିଆ ବିଶିଷ୍ଟ କରିବାକୁ ସାଧାରଣରେ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ