Connect with us

ଆଞ୍ଚଳିକ

ନନ୍ଦନକାନନରେ ହେବ ୬୨୪ ମିଟରର ରୋପ ୱେ

ସାଙ୍କେତିକ

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟି ବୈଠକ
ବାଲୁଖଣ୍ଡ ଅଭୟାରଣ୍ୟର ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକ ଅପସାରଣ
ନନ୍ଦନକାନନରେ ହେବ ୬୨୪ ମିଟରର ରୋପ ୱେ
ଭୁବନେଶ୍ୱର,୧୩ ଡିସେମ୍ବର – ବାଲୁଖଣ୍ଡ ଅଭୟାରଣ୍ୟରେ ପଡ଼ି ରହିଥିବା ଭଙ୍ଗା ଗଛଡାଳ ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଅଭୟାରଣ୍ୟ ନିକଟସ୍ଥ ୨୮ଟି ସ୍ଥାନୀୟ ପରିବେଶ ବିକାଶ ସମିତିକୁ ସେମାନଙ୍କ ଦୈନନ୍ଦିନ ବ୍ୟବହାର ନିମନ୍ତେ ହସ୍ତାନ୍ତର କରାଯିବ । ବଳକା କାଠଗୁଡ଼ିକୁ ବିନାମୂଲ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସ୍ୱର୍ଗଦ୍ୱାରକୁ ପ୍ରଦାନ କରାଯିବ । କାଠ କାଟିବା ଓ ପରିବହନ ବାବଦକୁ ଖର୍ଚ୍ଚ ମନ୍ଦିର ପ୍ରଶାସନକୁ ବହନ କରିବାକୁ ହେବ ।
ସେହିଭଳି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପ୍ରସ୍ତାବିତ ୬୨୪ ମିଟର ଦୈର୍ଘ୍ୟ ନୂତନ ରୋପ୍-ୱେ ନିର୍ମାଣ ନିମନ୍ତେ ନନ୍ଦନକାନନ ମଧ୍ୟରେ ଛୋଟ ଏବଂ ମଧ୍ୟମ ଧରଣର ପ୍ରାୟ ୩୬ଟି ବୃକ୍ଷ ଛେଦନ କରିବାର ଆବଶ୍ୟକତା ରହିଛି । ଏଥି ନିମନ୍ତେ ଆବଶ୍ୟକୀୟ ପ୍ରସ୍ତାବ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ ଲାଭ କରିବା ପରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟକୁ ବିହିତ କାର୍ଯ୍ୟର୍ାନୁଷ୍ଠାନ ନିମନ୍ତେ ପଠାଇବାକୁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟିର ବୈଠକରେ ନିଷ୍ପତି ହୋଇଛି ।
ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନଠାରେ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବନ୍ୟପ୍ରାଣୀ ବୋର୍ଡ ଷ୍ଟାଣ୍ଡିଂ କମିଟିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ମଇମାସରେ ହୋଇଥିବା ଫନି ମହାବାତ୍ୟାରେ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ବାତ୍ୟାରେ ନଷ୍ଟ ହୋଇଥିବା ୨୦ ଲକ୍ଷ ବୃକ୍ଷରୁ ମାତ୍ର ୨ ଲକ୍ଷ ଭଙ୍ଗିଥିବା ଗଛ ଏ ପର୍ଯ୍ୟନ୍ତ ସଫା ହୋଇପାରିଛି । ଏହା ଦ୍ୱାରା ହରିଣମାନଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହୋଇଛି । ଏତଦ୍ବ୍ୟତୀତ ପଡ଼ି ରହିଥିବା ଗଛ ଓ ଡାଳଗୁଡ଼ିକ ଆସନ୍ତା ଗ୍ରୀଷ୍ମ ଋତୁରେ ନିଆଁ ଲାଗିଯିବାର ଆଶଙ୍କା ରହିଛି । ହରିଣମାନଙ୍କ ଖାଦ୍ୟ ପାଇଁ ନୂତନ ଚରଣ ଭୂମି ସୃଷ୍ଟି କରିବାରେ ମଧ୍ୟ ବାଧା ସୃଷ୍ଟି ହୋଇଛି । ଏଥି ନିମନ୍ତେ ଏହି ଉପୁଡ଼ି ପଡ଼ିଥିବା ଓ ଭାଙ୍ଗି ଯାଇଥିବା ଗଛଗୁଡ଼ିକର ଅପସାରଣ ନିମନ୍ତେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତି ହୋଇଛି ।
ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ଧାରା-୬ ଅନୁଯାୟୀ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଗଠିତ ହୋଇଛି ଏବଂ ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ବୋର୍ଡର ସଭାପତି ଅଟନ୍ତି । ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ନିଷ୍ପତି କ୍ରମେ ଷ୍ଟାଣ୍ଡିଂ କମିଟିକୁ ବନ୍ୟପ୍ରାଣୀ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ନିଷ୍ପତି ନେବା ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା, ଅଭୟାରଣ୍ୟର ବିକାଶ, ପରିବେଶ ନିୟମର ଅନୁପାଳନ ପ୍ରଭୃତି ସମସ୍ତ ଦିଗକୁ ଅନୁଧ୍ୟାନ କରି ଷ୍ଟାଣ୍ଡିଂ କମିଟି ବିଭିନ୍ନ ପ୍ରସଙ୍ଗରେ ବୋର୍ଡ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିଥାଏ ।
ଏହି ପରିପ୍ରେକ୍ଷୀରେ ଆଜି ହୋଇଥିବା ବୈଠକରେ ନିଷ୍ପତି କ୍ରମେ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ପ୍ରାରମ୍ଭରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣ ପ୍ରଦାନ
ସହ ବୈଠକର ଅ।ଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ବୈଠକର କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନ ବନସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟ ତତ୍ୱାବଧାରକ ଡ. ହରିଶଙ୍କର ଉପାଧ୍ୟାୟ ସବିଶେଷ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।
ଏହି ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସନ୍ଦୀପ ତ୍ରିପାଠୀ, ନନ୍ଦନକାନନର ନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଶଶି ପଲ୍, ଡ. ପ୍ରିୟମ୍ବଦା ମହାନ୍ତି ହେଜ୍ମାଦି, ସେଂଟର ଫର ଏନ୍ଭାଇରନ୍ମେଂଟାଲ୍ ଷ୍ଟଡିଜ୍ର ପୂର୍ବତନ ନିର୍ଦ୍ଦେଶିକା ଡ. ଶୈଳବାଳା ପାଢ଼ୀ, ଅବସରପ୍ରାପ୍ତ ବରିଷ୍ଠ ଜଙ୍ଗଲ ବିଭାଗ ଅଧିକାରୀ ସରୋଜ କୁମାର ପଟ୍ଟନାୟକ, ଡ. ଏଲ୍. ଏ. କେ. ସିଂହ, ଷ୍ଟାଣ୍ଡିଂ କମିଟିର ସଦସ୍ୟବୃନ୍ଦ ତଥା ଜଙ୍ଗଲ ଓ ପରିବେଶ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ