Connect with us

ଓଡିଶା

ସମ୍ମାନିତ ହେବେ ଶ୍ରେଷ୍ଠ ବିଧାୟକ ମାନେ l

ସମ୍ମାନିତ ହେବେ ଶ୍ରେଷ୍ଠ ବିଧାୟକ ମାନେ l

ସମ୍ମାନିତ ହେବେ ଶ୍ରେଷ୍ଠ ବିଧାୟକ ମାନେ
ଭୁବନେଶ୍ୱର,୨୩ା୮ :  ଶ୍ରେଷ୍ଠ ୨୪ଜଣ ବିଧାୟକ ଓ ବିଧାୟିକା ପୁରସ୍କୃତ ହେବେ । ଶୁକ୍ରବାର ଦିନ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ୍ୟ ବିବେଚିତ ବିଧାୟକ ଓ ବିଧାୟିକାମାନଙ୍କୁ ପୁରସ୍କାର ସହ ମାନପତ୍ର ଓ ଉପଢ଼ୌକନ ଦେଇ ପୁରସ୍କୃତ କରିବେ ।

୨୦୦୯ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକ, ବିଧାୟିକା ମାନଙ୍କୁ ପଣ୍ଡିତ ନିଳକଣ୍ଠ ପୁରସ୍କାର, ଶ୍ରେଷ୍ଠ ପୂର୍ବତନ ବିଧାୟକମାନଙ୍କୁ ଉକ୍ରଳ ଗୌରବ ମଧୁସୂଦନ ସମ୍ମାନ ଓ ଶ୍ରେଷ୍ଠ ନବାଗତ ବିଧାୟକ, ବିଧାୟିକାଙ୍କୁ ଉକ୍ରଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ । ଏନେଇ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ୨୪ଜଣ ବିଧାୟକ, ବିଧାୟିକଙ୍କ ସୂଚନୀ ପ୍ରକାଶ ପାଇଛି । ଏହି ସୂଚୀ ଅନୁଯାୟୀ ଶ୍ରେଷ୍ଠ ବିଧାୟକ, ବିଧାୟିକା ଭାବେ ୨୦୦୯ ପାଇଁ ବିଷ୍ଣୁ ଚରଣ ଦାସ, ୨୦୧୦ ମସିହା ପାଇଁ ଡ. ଅରୁଣ କୁମାର ସାହୁ, ୨୦୧୧ ମସିହା ପାଇଁ ପ୍ରଭାତ ରଞ୍ଜନ ବିଶ୍ୱାଳ, ୨୦୧୨ ମସିହା ପାଇଁ ଡ. ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ୨୦୧୩ ମସିହା ପାଇଁ ଅମର ପ୍ରସାଦ ଶତପଥୀ, ୨୦୧୪ ମସିହ ପାଇଁ ପ୍ରମିଳା ମଲ୍ଲିକ, ୨୦୧୫ ମସିହା ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ୨୦୧୬ ମସିହା ପାଇଁ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପଣ୍ଡିତ ନିଳକଣ୍ଠ ପୁରସ୍କାରରେ ସମ୍ମାନିତ ହେବେ । ସେହିପରି ଶ୍ରେଷ୍ଠ ପୂର୍ବତନ ବିଧାୟକ ଭାବେ ୨୦୦୯ ମସିହା ପାଇଁ ସୁରେନ୍ଦ୍ରନାଥ ନାୟକ, ୨୦୧୦ ମସିହା ପାଇଁ ବିମ୍ବାଧର କୁଅଁର, ୨୦୧୧ ମସିହା ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ମସିହା ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ମସିହା ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ମସିହା ପାଇଁ ରାଜେନ୍ଦ୍ର ଢୋଲକିଆ, ୨୦୧୫ ମସିହା ପାଇଁ ସୁରେନ୍ଦ୍ର ପ୍ରସାଦ ପରମାଣିକ ଓ ୨୦୧୬ ମସିହା ପାଇଁ ଚନ୍ଦ୍ରଧର ପାଇକ ଉକ୍ରଳ ଗୌରବ ମଧୁସୂଦନ ସମ୍ମାନରେ ସମ୍ମାନିତ ହେବେ ।

ଏହାବ୍ୟତୀତ ଶ୍ରେଷ୍ଠ ନବାଗତ ବିଧାୟକ, ବିଧାୟିକା ଭାବେ ୨୦୦୯ ମସିହା ପାଇଁ ସଞ୍ଜୟ କୁମାର ଦାସବର୍ମା, ୨୦୧୦ ମସିହା ପାଇଁ ପ୍ରୀତିରଞ୍ଜନ ଘଡାଇ, ୨୦୧୧ ମସିହା ପାଇଁ ସମୀର ରଞ୍ଜନ ଦାଶ, ୨୦୧୨ ମସିହା ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ, ୨୦୧୩ ମସିହା ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ମସିହା ପାଇଁ ଡା.ରସେଶ୍ୱରୀ ପାଣିଗ୍ରାହୀ, ୨୦୧୫ ମସିହା ପାଇଁ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ର ଏବଂ ୨୦୧୬ ମସିହା ପାଇଁ ପ୍ରଦୀପ ପୁରୋହିତ ଉକ୍ରଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ସମ୍ମାନିତ ହେବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା