Connect with us

ଓଡିଶା

ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ -୧୧ରେ ମତଦାନ

ସାଙ୍କେତିକ ଚିତ୍ର

ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ
୧୧ରେ ମତଦାନ
ଭୁବନେଶ୍ୱର,୨୮ା୯ : ଆସନ୍ତା ଅକ୍ଟୋବର ୧୧ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୧ ତାରିଖରେ ନିର୍ବାଚନ କାର୍ଯ୍ୟସୂଚୀ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇବ । ୩ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ଏବଂ ଯାଂଚ ହେବ । ୪ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ଏବଂ ପ୍ରତ୍ୟାହାର ମଧ୍ୟ ହେବ । ୧୦ ତାରିଖ ଦିନ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ ହେବ । ୧୧ ତାରିଖ ଦିନ ଭୋଟ ଗ୍ରହଣ ଏବଂ ଫଳ ପ୍ରକାଶ ପାଇବ । ୧୨ ତାରିଖ ଦିନ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ତେବେ ରେଭେନସା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଗତବର୍ଷ ଭଳି ପରୋକ୍ଷରେ କରାଯିବ ବୋଲି ପ୍ରଫେସର ଇଶାନ ପାତ୍ର ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା