Connect with us

ଓଡିଶା

ଜଙ୍ଗଲ ଓ ପରିବେଶ ମଂଜୁରୀ ବିନା ବନ୍ଦ ହୋଇଛି ୨୫ ଖଣି

ସାଙ୍କେତିକ

ଜଙ୍ଗଲ ଓ ପରିବେଶ ମଂଜୁରୀ ବିନା ବନ୍ଦ ହୋଇଛି ୨୫ ଖଣି
ଭୁବନେଶ୍ୱର, ୧୮ ନଭେମ୍ବର – ଓଡିଶା ଖଣି ନିଗମ ଲିଃ ଅଧିନରେ ୩୪ ଗୋଟି ମଂଜୁରୀପ୍ରାପ୍ତ ଖଣି ରହିଛି । ତେବେ ଏହି ମୋଟ ଖଣି ମଧ୍ୟରୁ ଜଙ୍ଗଲ ଓ ପରିବେଶ ବିଭାଗ ମଂଜୁରୀ ବିନା ବନ୍ଦ ଥିବା ଖଣି ସଂଖ୍ୟା ହେଉଛି ୨୫ ।
ବନ୍ଦ ଥିବା ଖଣି ମଧ୍ୟରୁ କେଉଁଝର ଜିଲ୍ଲାରେ ୧୦ ଟି ରହିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ୩ ଟି ଖଣି ରହିଛି । ୯ ଟି ଲୁହାପଥର ଖଣି, ୩ ଟି ଲୁହାପଥର ଏବଂ ଗୋଟିଏ ମାଙ୍ଗାନିଜ ଖଣି ଜଙ୍ଗଲ ପରିବେଶ ବିଭାଗର ମଂଜୁରୀ ବିନା ବନ୍ଦ ରହିଛି । ବିରୋଧି ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀଙ୍କ ଖଣି ପଟ୍ଟାର ସଂଖ୍ୟା ସଂପର୍କୀତ ପ୍ରଶ୍ନର ଉତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ସୂଚନା ଦେଇଛନ୍ତି । ଶ୍ରୀ ମାଝୀଙ୍କ ନିଲାମ ହେବାକୁ ଥିବା ଖଣି ସଂପର୍କୀତ ଅନ୍ୟ ଏକ ପ୍ରଶ୍ନର ଉତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ୧୯ ଟି ଲୁହାପଥର ଖଣି, ୭ ଟି ଲୁହାପଥର , ୩ ଟି ମାଙ୍ଗାନିଜ ଖଣି, ୨ ଟି କ୍ରୋମାଇଟ ଖଣି, ୫ ଟି ଚୁନପଥର ଖଣି ଏବଂ ୨ ଟି ଗ୍ରାଫାଇଟ୍ ଖଣି ନିଲାମ ହେବ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା