Connect with us

ଓଡିଶା

ଛତିଶଗଡ଼ ର ପାଗଳାମି – ମହାନଦୀ ଓ ଶାଖାନଦୀରେ ଭୟାବହ ବନ୍ୟା ଆଶଙ୍କା l

ଛତିଶଗଡ଼ ର ପାଗଳାମି - ମହାନଦୀ ଓ ଶାଖାନଦୀରେ ଭୟାବହ ବନ୍ୟା ଆଶଙ୍କା l

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ ଓ ଡ୍ୟାମ୍‌ ନିର୍ମାଣ କରି ମହାନଦୀ ଜଳକୁ ଅଟକାଇ ରଖିଥିଲା ଛତିଶଗଡ଼। ଯାହା ଓଡ଼ିଶା ସରକାର ଆଶଙ୍କା କରୁଥିଲେ , ତାହା ସତ୍ୟରେ ପରିଣତ ହୋଇଛି। ପରିଣାମ ହେଲା, ଅଣମୌସୁମୀ ଋତୁରେ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକ ଶୁଖିଗଲା । କଷ୍ଟ ଭୋଗିଲା ଅଧା ଓଡ଼ିଶା। ଲଘୁଚାପ ଜନିତ ଗୋଟିଏ ବଡ଼ ବର୍ଷା ଛତିଶଗଡ ସ୍ଥିତି ଅସମ୍ଭାଳ କରିଦେଇଛି। ରାଜ୍ୟର ଅଧିକାଂଶ ବ଼ଡ଼ ଡ୍ୟାମ ସ୍ଥିତି ଗମ୍ଭୀର l ଛତିଶଗ଼ଡ଼ର ପ୍ରାୟ ସମସ୍ତ ଡ୍ୟାମ୍‌ରେ ଏବେ ପାଣି ଭର୍ତି ହୋଇ ଉଚ୍ଛୁଳୁଛି। ନିଜକୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏଗୁଡ଼ିକୁ ଆଖିବୁଜା ଖୋଲିବା ଆରମ୍ଭ କରିଦେଇଛନ୍ତି।

ସେଠାର ଜଳସଂପଦ ବିଭାଗର ତଥ୍ୟ ସୂଚାଉଛି, କର୍ତୃପକ୍ଷ ରବି ଶଙ୍କର ଡ୍ୟାମ୍‌ରୁ ସେକେଣ୍ଡ ପ୍ରତି ୧ଲକ୍ଷ ୪୦ ହଜାର କ୍ୟୁସେକ୍‌ ଜଳ ଛାଡିଛନ୍ତି। ସେହିଭଳି ସୀକାସାର ଓ ସୋନ୍ଦୁରରୁ ୬୦ ହଜାର କ୍ୟୁସେକ୍‌ ଲେଖାଏଁ ଜଳ ଛଡାଯାଇଛି। ସ୍ଥିତି କିନ୍ତୁ ତଥାପି ଗମ୍ଭୀର ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ରାତି ୮ଟା ବେଳେ ସିଓରି ନାରାୟଣ ପୋଲ ଉପରେ ସେକେଣ୍ଡ ପ୍ରତି ୪ଲକ୍ଷ ୨୫ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ସଂପୃକ୍ତ ପୋଲ ବୁଡି ଉପରେ ପାଣି ଚାଲିଛି। କର୍ତ୍ତୃପକ୍ଷ ଆଖିବୁଜା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବିଭିନ୍ନ ଡ୍ୟାମ୍‌ରେ ଗେଟ୍‌ ଖୋଲାଯାଇଛି। ଯାହା ଆକଳନ କରାଯାଉଛି, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଖାପାଖି ୫ଲକ୍ଷ ୫୦ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ବନ୍ୟା ଜଳ ହୀରାକୁଦ ଆଡକୁ ମାଡି ଆସିବ। ହୀରାକୁଦ ଉପରେ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଚାପ ରହିବ ।

ଏଥିପାଇଁ ବଡ଼ ବନ୍ୟାକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ଆଜି କଠୋର ପଦକ୍ଷେପ ନେଇଛନ୍ତି। ହୀରାକୁଦ ଗେଟ୍‌ ନିୟନ୍ତ୍ରଣ କରି ସ୍ଥିତିକୁ ସମ୍ଭାଳିବା ପାଇଁ ଯୋଜନା ହୋଇଛି। ହୀରାକୁଦରେ ସର୍ବାଧିକ ଜଳ ପହଞ୍ଚିବା ପୂର୍ବରୁ ପାଣିସ୍ତର ୬୨୦ ଫୁଟକୁ କମାଇବା ପାଇଁ ସ୍ଥିର ହୋଇଛି। ତେବେ ଆକଳନ କରାଯାଉଛି, ୨୫ଟି ଗେଟ୍‌ ଆସନ୍ତା ଦୁଇରୁ ତିନି ଦିନ ଖୋଲା ରହିଲେ ବି ମହାନଦୀର ଜଳସ୍ତର ୬୨୫ ଫୁଟ୍‌ ପର୍ଯ୍ୟନ୍ତ ପହଞ୍ଚିଯାଇପାରେ।

ଉଲ୍ଲେଖଯୋଗ୍ୟଯେ , ଚାରି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡକୁ ସତର୍କ କରାଯାଇଥିଲା। ସବୁ ଡ୍ୟାମ୍‌ର ବେକ ଯାଏ, ଅର୍ଥାତ୍‌ ହାରାହାରି ୯୭% ପାଣି ଭର୍ତ୍ତି କରି ରଖିଥିବା ଜାଣି ଓଡ଼ିଶା ଆପତ୍ତି ଉଠାଇଥିଲା। ଏହା ସତ୍ତ୍ୱେ ମଧ୍ୟ କର୍ତୃପକ୍ଷ ଚେତିଲେ ନାହିଁ। ଆଉ ଏବେ ଲଘୁଚାପ ଜନିତ ଗୋଟିଏ ବର୍ଷା ସ୍ଥିତି ଓଡ଼ିଶାର ଭୟକୁ ବାସ୍ତର ରୂପ ଦେଇଛି। ଯଦି ଆକଳନଠାରୁ ଅଧିକ ପାଣି ଛତିଶଗ଼ଡ ଛାଡେ, ତେବେ ମହାନଦୀରେ ବଡ଼ ବନ୍ୟା ହେବା ଆଶଙ୍କାକୁ ଏ଼ଡାଇ ଦେଇ ହେବନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା