Connect with us

ଅପରାଧ

ଭୁଲ ଇଞ୍ଜେକ୍ସନ ନେଲା ମହିଳାଙ୍କ ଜୀବନ, ଭୟରେ ନିଜ ତଣ୍ଟି କାଟିଦେଲେ ଡାକ୍ତର l

ଭୁଲ ଇଞ୍ଜେକ୍ସନ ନେଲା ମହିଳାଙ୍କ ଜୀବନ, ଭୟରେ ନିଜ ତଣ୍ଟି କାଟିଦେଲେ ଡାକ୍ତର l

ଭୁଲ ଇଞ୍ଜେକ୍ସନ ନେଲା ମହିଳାଙ୍କ ଜୀବନ, ଭୟରେ ନିଜ ତଣ୍ଟି କାଟିଦେଲେ ଡାକ୍ତର
ବରଗଡ଼,୨୮ା୮ : ନିଜର ଭୁଲ ଚିକିତ୍ସାକୁ ହୃଦୟଙ୍ଗମ କରି ଜଣେ ଡାକ୍ତର ନିଜ ତଣ୍ଟି କାଟି ନିଜକୁ ଦଣ୍ଡ ଦେବା ଘଟଣା ପ୍ରଥମଥର ପାଇଁ ଘଟିଛି । ଭୁଲ ଚିକିତ୍ସା ପାଇଁ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଚିକିତ୍ସା କରୁଥିବା ଡାକ୍ତର ନିଜ ତଣ୍ଟି କାଟି ଦେଇଥିବା ଜଣାପଡିଛି । ଘଟଣାଟି ଘଟିଛି ବରଗଡ ଜିଲ୍ଲା ସଦରଥାନା ଅନ୍ତର୍ଗତ ବନବାସପାଲିରେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ବନବାସପାଲି ଗ୍ରାମର ସାହେଦ ସାହୁଙ୍କ ପତ୍ନୀ ଲବଙ୍ଗ ସାହୁ (୩୫)ର ଯନ୍ତ୍ରଣା ହେଉଥିଲା । ସେ ଡାକ୍ତର ସୁବୋଧ ସାହୁ କ୍ଲିନିକରେ ଚିକିତ୍ସିତ ହେଉଥିଲେ । ଡାକ୍ତର ଲବଙ୍ଗକୁ ଏକ ଇଞ୍ଜେକ୍ସନ ଦେଇଥିଲେ । ପରେ ମହିଳା ଜଣକ ଗୁରୁତର ହୋଇପଡିବାରୁ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଲବଙ୍ଗଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ତାଙ୍କ ପରିବାର ବର୍ଗ ଓ କିଛି ଗ୍ରାମବାସୀ କ୍ଲିନିକକୁ ଯାଇଥିବା ବେଳେ ଡାକ୍ତର ସୁବୋଧ ହଠାତ ଏକ ଧାରୁଆ ଛୁରୀରେ ନିଜ ଗଳାକୁ କାଟି ଦେଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା । ମହିଳାଙ୍କ ଶବ ବରଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଟାଉନ୍ ଥାନା ଆଇଆଇସି ବିଭୂତି ଭୋଇ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ