Connect with us

ଓଡିଶା

ଚାନ୍ଦିପୁରରୁ କ୍ୟୁଆରଏସ୍ଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ସାଙ୍କେତିକ

ଚାନ୍ଦିପୁରରୁ କ୍ୟୁଆରଏସ୍ଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଭୁବନେଶ୍ୱର,୨୬ ଫେବୃଆରୀ – ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ମଙ୍ଗଳବାର ଓଡ଼ିଶା ଉପକୂଳସ୍ଥିତ ଆଇଟିଆର ଚାନ୍ଦିପୁରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ କରୁଥିବା ଦୁଇଟି ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର (କ୍ୟୁଆରଏସ୍ଏଏମ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଦୁଇଟି କ୍ଷେପଣାସ୍ତ୍ରର ପରୀକ୍ଷଣ ବିଭିନ୍ନ ଉଚ୍ଚତା ଏବଂ ସ୍ଥିତି ନିମନ୍ତେ କରାଯାଇଥିଲା । ଏହି ପରୀକ୍ଷଣ ସୁଦୃଢ଼ ନିୟନ୍ତ୍ରଣ, ବାୟୁ ଗତି ବିଜ୍ଞାନ, ପ୍ରେରକ ଶକ୍ତି, ଢାଂଚାଗତ ପ୍ରଦର୍ଶନ ଏବଂ ଉଚ୍ଚ ଯୁଦ୍ଧ କ୍ଷମତାକୁ ପ୍ରଦର୍ଶିତ କରିଥିଲା ।

ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ପ୍ରଣାଳୀ, ଟେଲିମେଟ୍ରି ଏବଂ ଅନ୍ୟ ଷ୍ଟେସନ କ୍ଷେପଣାସ୍ତ୍ର ଉପରେ ନଜର ରଖିଥିଲେ । ସମଗ୍ର ଉଡ଼ାଣ ସମୟରେ ଏହି ଦୁଇଟିର ଅନୁଧ୍ୟାନ କରାଯାଇଥିଲା । ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି ।

ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ କରୁଥିବା ଏହି ଦୁଇ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଦେଶରେ ବିକଶିତ ଏହି ଅତ୍ୟାଧୁନିକ ତ୍ୱରିତ ପ୍ରତିକ୍ରିୟାଶିଳ କ୍ଷେପଣାସ୍ତ୍ର ଆମ ସଶସ୍ତ୍ର ସେନାର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା