Connect with us

ଓଡିଶା

ଗୋପାଳପୁରଠାରୁ 100 କି.ମି. ଦୂରରେ ରହିଛି ତିତ୍‌ଲି

ଘଣ୍ଟାକୁ 11 କିଲୋମିଟର ବେଗରେ ଉପକୂଳ ଆଡକୁ ମୁହାଁଉଛି
ଗୋପାଳପୁରରେ 90 ରୁ 100 କିଲୋମିଟର ଅଧିକ ବେଗରେ ପବନ ବହିବାରେ ଲାଗିଛି

ଭୁବନେଶ୍ୱର : (ସମୟ ରାତ୍ରି 2.35. 11 ତାରିଖ ) ଗୋପାଳପୁରଠାରୁ ଆଉ ମାତ୍ର 100 କି.ମି ଦୂରରେ ରହିଛି ବାତ୍ୟା ତିତ୍‌ଲି । ଘଣ୍ଟାକୁ 11 କିଲୋମିଟର ବେଗରେ ଓଡ଼ିଶାର ଉପକୂଳ ଆଡକୁ ମୁହାଁଉଛି । ଏହାର ପ୍ରଭାବରେ ଗୋପାଳପୁରରେ ପ୍ରବଳ ବର୍ଷା ହେବା ସହ 90 ରୁ 100 କିଲୋମିଟର ଅଧିକ ବେଗରେ ପବନ ବହିବାରେ ଲାଗିଛି । ଏହାସହ ସମୁଦ୍ର ଅଶାନ୍ତ ହୋଇଉଠିବା ସହ ଉଚ୍ଚ ଉଚ୍ଚ ଢ଼େଉମାନ କୂଳ ଲଙ୍ଘିବାରେ ଲାଗିଛି । ଗୋପାଳପୁରରେ ସମୁଦ୍ରର ସୁସୁ ଗର୍ଜନ ସହ ପ୍ରବଳ ବର୍ଷା ଓ ପବନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ସମ୍ଭାବ୍ୟ ଝଡ଼ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିକ କରାଯାଇଛି । ପ୍ରାୟ 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆସନ୍ତାକାଲି ସକାଳ 6 ଟା ସୁଦ୍ଧା ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ।

ତେବେ ରାତିରେ ଏହି ବାତ୍ୟାର ପ୍ରକୋପ ଅଧିକ ଅନୁଭୂତ ହେବ । ଏପରିକି ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ । ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’ । ତେବେ ଏହା ଆସନ୍ତାକାଲି ସକାଳ 6 ଟାରୁ 11 ମଧ୍ୟରେ ଉପକୂଳ ଛୁଇଁବ । ଆଉ ସ୍ଥଳଭାଗ ଛୁଇଁବା ପରେ ପରେ 4 ଘଣ୍ଟା ବାତ୍ୟାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

⟳ 5ଟି ଜିଲ୍ଲାରେ ରେଡ ଆଲର୍ଟ
⟳ ବାତ୍ୟା ପ୍ରଭାଭିତ ଅଂଚଳରେ କଲେଜ ନିର୍ବାଚନ ବନ୍ଧ
⟳ ଗୁରୁବାର ସକାଳ 11ଟା ସୁଦ୍ଧା ଗୋପାଳପୁର ଅତିକ୍ରମ କରିବ” ତିତଲୀ ”
⟳ 11 0 12 ତାରିଖ ରାଜ୍ୟର ସମସ୍ତ ସ୍କୁଲ କଲେଜ ସହିତ ଅଙ୍ଗନବାଡି ଗୁଡିକ ବନ୍ଧ ରହିବ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା