Connect with us

ଆଞ୍ଚଳିକ

ପଶ୍ଚିମବଙ୍ଗ ମୁହାଁ ‘ତିତଲି’

ସାଙ୍କେତିକ ଚିତ୍ର

ପଶ୍ଚିମବଙ୍ଗ ମୁହାଁ ତିତଲି
ଭୁବନେଶ୍ୱର,୧୧ା୧୦ : ସାମୁଦ୍ରିକ ଝଡ ତିତଲି ଗୁରୁବାର ପ୍ରାତଃ ସାଢେ ୪ରୁ ସାଢେ ୫ ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ପଲାସା ଓ ଶ୍ରୀକାକୁଲମର ମଧ୍ୟସ୍ଥଳରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାର ପ୍ରଭାବରେ ସେ ସମୟରେ ପବନର ବେଗ ଘଂଟା ପ୍ରତି ୧୫୦ କିମି ରହିଥିବା ବେଳେ ଗୋପାଳପୁର ଠାରେ ୧୨୬ କିମି ରହିଥିଲା । ତିତଲି ଯୋଗୁଁ ଗଜପତି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଂଜାମ ଜିଲ୍ଲାରେ ଆଶା ଠାରୁ କମ୍ କ୍ଷତିଗ୍ରସ୍ତ ହୋଇଛି । ଉଭୟ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି ପ୍ରାଥମିକ ରିପୋର୍ଟ ଦେବା , ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତିରେ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଭୟ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଘୂର୍ଣ୍ଣିଝଡ ଓଡିଶା ମଧ୍ୟଦେଇ ପଶ୍ଚିମ ଓଡିଶା ଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି । ଗୁରୁବାର ପୂର୍ବାହ୍ନରେ ସଚିବାଳୟ ଠାରେ ବାତ୍ୟା ତିତଲିର ପରବର୍ତୀ ପରିସ୍ଥିତିର ମୁକାବିଲା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ବୈଠକ ପରେ ଏଥିରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ଯେ ତିତଲି ବାତ୍ୟାରେ ଜିରୋ କାଜୁଆଲଟି ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଜିଲ୍ଲାପ୍ରଶାସନ ଗମ୍ଭୀରତାର ସହ ନେଇଥିଲେ । କୌଣସି ସ୍ଥାନରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ୩ ଲକ୍ଷ ଲୋକଙ୍କୁ ୧୧୧୨ଟି ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ପାଢୀ କହିଥିଲେ ଯେ ବର୍ତମାନ ରାଜ୍ୟରେ ବାତ୍ୟାର ସମ୍ଭାବନାହ ନାହିଁ । ୪୮ ଘଂଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଗଜପତି ଜିଲ୍ଲାରେ ରାସ୍ତା ଏବଂ ଗ୍ରୀଡ୍ ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ଯାତ୍ରାୟତ ଓ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ରାୟଗଡାରେ ମଧ୍ୟ ସମାନ ସ୍ଥିତି ରହିଛି । ଏହା ବ୍ୟତୀତ କେତେକ ଜିଲ୍ଲାରେ ୧୦୦ ମିଲି ବର୍ଷା ରେକର୍ଡ କରାଯାଇଛି । ପଶ୍ଚିମ ଓଡିଶା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାପାଳମାନେ ଫସଲ ଓ ଘରଭଙ୍ଗା ଆଦି କ୍ଷତି ଗୁଡିକର ଆକଳନ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତିତଲିର ମୁକାବିଲା ପାଇଁ ୧୩ଟି ଏନଡିଆରଏଫ ସହିତ୨୦ଟି ଓଡ୍ରାଫ୍ ବାହିନୀ ଟିମ୍ ପ୍ରଭାବିତ ଜିଲ୍ଲାମାନଙ୍କରେ ମୁତୟନ କରାଯାଇଛି । ଗଜପତି ପାଇଁ ଆଉ ୨ ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି । ଉଦ୍ଧାର ପାଇଁ ଅଗ୍ନିଶମ ବହିନୀକୁ ମୁତୟନ କରାଯାଇଛି । ପ୍ରଭାବିତ ଅଂଚଳରେ ରିଲିଫ୍ ବ୍ୟବସ୍ଥା କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଯେ ପୁରୀ , ଗଂଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଗଛ ପଡିବା ଫଳରେ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଟେଲିଫୋନ୍ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ୧୯ଟିଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଅନ୍ୟସ୍ଥାନ ଗୁଡିକରେ ପାଗ କୋହଲା ରହିବ । ଏବେ ମଧ୍ୟ ସମୁଦ୍ର ଜୁଆରିଆ ରହିଛି । ସମ୍ୁଦ୍ର କୁଳଲଂଘି ଚିଲିକା ନିକଟରେ ୧୫ଟିଗ୍ରାମ ପ୍ରଭାବିତ ହୋଇଛନ୍ତି ।

ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଗଂଜାମ ଓ ଗଜପତି ରେ ଯେଉଁଭଳିବର୍ଷା ଲାଗି ରହିଛି ସେଥିରେ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ବଡନଳା ଓ ହରଭଙ୍ଗୀ ଜଳ ଭଣ୍ଡାରରୁ ପାଣିଛଡା ଯାଉଛି । ବଂଶଧାରା ନଦୀରେ ପାଣି ଆସିଲେ ଗୋଟା ବ୍ୟାରେଜ ରେ ପାଣି ଛାଡିବାକୁ କୁହାଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍, ସ୍ୱତନ୍ତ୍ର ରିଲିଫ୍ କମିଶନର , ବିଭିନ୍ନ ବିଭାଗର ସଚିବ, ପାଣିପାଗ ବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ