Connect with us

ଓଡିଶା

କେରଳରୁ ଉଦ୍ଧାର ହୋଇଥିବା ଓଡିଆଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଅଣାଯିବ : ଏସ୍ଆର୍ସି

କେରଳରୁ ଉଦ୍ଧାର ହୋଇଥିବା ଓଡିଆଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଅଣାଯିବ : ଏସ୍ଆର୍ସି

କେରଳରୁ ଉଦ୍ଧାର ହୋଇଥିବା ଓଡିଆଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଅଣାଯିବ : ଏସ୍ଆର୍ସି
ଭୁବନେଶ୍ୱର,୨୦ା୮ : କେରଳ ବନ୍ୟାରେ ଶତାଧିକ ସଂଖ୍ୟାରେ ଓଡିଆ ଫସି ରହିଛନ୍ତି । ସେମାନଙ୍କ ଠାରୁ ଖବର ମିଳିବା ପରେ କେରଳ ଏସଆରସିଙ୍କ ସହିତ ଯୋଗାଯୋଗ କରାଯାଉଛି । ବନ୍ୟା ବିପନ୍ନ ମାନଙ୍କ ପାଇଁ ଓଡିଶା ଏସଆରସିଙ୍କ ପକ୍ଷରୁ ୨୪ ଘଂଟିଆ ହେଲ୍ପ ଲାଇନ୍ ନମ୍ବର ଖୋଲାଯାଇଛି । ଓଡିଆଙ୍କ ସହାୟତା ଦେବା ପାଇଁ ଶ୍ରମ ବିଭାଗର ଟିମ୍ ସେଠାକୁ ଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।

କେରଳରେ ଥିବା ଓଡିଆ ମାନଙ୍କ ମଧ୍ୟରୁ ଯେଉଁମାନେ ଓଡିଶା ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା କରାଯାଉଛି । କେରଳ ସରକାରଙ୍କ ସହିତ ନିରବଚ୍ଛିନ୍ନ ଭାବେ ଯୋଗାଯୋଗ କରାଯାଉଛି । କେରଳରେ ଅନୁଷ୍ଠିତ ସରସ ମେଳାରେ ଯୋଗ ଦେବା ପାଇଁ ଓରମାସ୍ ର ୧୧ଟି ଟିମ୍ ସେଠାକୁ ଯାଇଥିଲେ । ସେଥିରେ ଥିବା ୫ ଜଣ ମହିଳା ୧୧ ଜଣ ପୁରୁଷଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି । ବୁଧବାର ସୁଦ୍ଧା ସେମାନଙ୍କୁ ଓଡିଶା ଅଣାଯିବ ।

ବନ୍ୟାରେ ବୁଡି ରହିଥିବା .ଏହି ଟିମ୍ ର ସଦସ୍ୟ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି ବୋଲି ଓରମାସ୍ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ଦାଶ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା