Connect with us

ଆଞ୍ଚଳିକ

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ମେମୁ ଟ୍ରେନ୍

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ମେମୁ ଟ୍ରେନ୍

ଦୁର୍ଘଟଣାରୁ ଅଳ୍ପକେ ବର୍ତିଲା ମେମୁ ଟ୍ରେନ୍
ଭୁବନେଶ୍ୱର,୨୦ା୮ : ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ କଟକ-ବାଲିକୁଦା ଷ୍ଟେସନ ନିକଟରେ ମେମୁ ଟ୍ରେନ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛି । ଏହି ଘଟଣା ଉପରେ ତଦନ୍ତ କରି ୪୮ ଘଂଟା ମଧ୍ୟରେ ରିପୋର୍ଟ ଦେବାପାଇଁ ଖୋର୍ଦ୍ଧା ଡି.ଆର.ଏମ ବ୍ରଜାମୋହନ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି । ରେଳ ଲାଇନ ବଙ୍କା ହୋଇଥିବା ଜାଣିପାରି ଡ୍ରାଇଭର ଟ୍ରେନକୁ ଷ୍ଟେସନଠାରୁ କିଛି ଦୂରରେ ଅଟକାଇ ଦେଇଥିଲେ ।

ଏହି ତଦନ୍ତ ପାଇଁ ଏକ ଚାରି ଜଣିଆ ଅଧିକାରୀଙ୍କୁ ତଦନ୍ତ କମିଟି ଗଠନ କରାଯାଇଛି । ଖବର ନେବାରୁ ଜଣାଯାଏ ଯେ, ଗୋପାଳପୁର-ବାଲିକୁଦାଠାରେ ଅପରାହ୍ନ ୨ଟା ୨୦ ରୁ ୪ ଟା ପର୍ଯ୍ୟନ୍ତ ଦୁଇଘଂଟା ଧରି ପାଦ ଚଲା ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏଥିରେ ରୋଡ଼ କ୍ରେନ ବ୍ୟବହାର କରାଯାଇଥିଲା । କାମ ସରିବା ପରେ କ୍ରେନକୁ କଟକକୁ ଫେରାଇ ଅଣାଯାଇଥିଲା । ଏହି କ୍ରେନ ଯଥେଷ୍ଟ ଓଜନିଆ ହୋଇଥିବାରୁ ଟ୍ରାକ୍ ବଙ୍କା ହୋଇଯାଇଥିଲା ଏବଂ ସେଠାରେ ନାଲି ପତାକା ପୋତା ଯାଇଥିଲା । ସେହି ଲାଇନରେ ଆସୁଥିବା ମେମୋ ଟ୍ରେନର ଡ୍ରାଇଭର ଦୂରରୁ ଏହି ପତାକା ଦେଖିବା ପରେ ଟ୍ରେନକୂୁ ଅଟକାଇ ଦେଇଥିଲା । ୪୦ ମିନିଟ୍ ପରେ ମେମୋ ଟ୍ରେନ ଧିରେ ଧିରେ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଇଥିଲା ।

ଟ୍ରାକ୍ ମରାମତି ପରେ ବର୍ତମାନ ସମସ୍ତ ଟ୍ରେନ ସେହି ଲାଇନରେ ସ୍ୱାଭାବିକ ଚଳ ପ୍ରଚଳ ହେଉଛି ବୋଲି ଡି.ଆର.ଏମଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ