Connect with us

ଓଡିଶା

କାଳିଆ ଯୋଜନାରେ ଯାଂଚ ଅବଧି ଅଗଷ୍ଟ ୨୭କୁ ବୃଦ୍ଧି

କାଳିଆ ଯୋଜନାରେ ଯାଂଚ ଅବଧି ଅଗଷ୍ଟ ୨୭କୁ ବୃଦ୍ଧି

କାଳିଆ ଯୋଜନାରେ ଯାଂଚ ଅବଧି ଅଗଷ୍ଟ ୨୭କୁ ବୃଦ୍ଧି
ଭୁବନେଶ୍ୱର, ୧୩ ଅଗଷ୍ଟ, – ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ତାଲିକା ଯାଂଚ ଅବଧି ବୃଦ୍ଧି କରାଯାଇଛି । ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କୃଷି ଭବନଠାରେ କାଳିଆ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହା ପ୍ରକାଶ କରିଛନ୍ତି ।
ଏହି ଯାଂଚ ଅବଧିକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରିବା ସହ ମନ୍ତ୍ରୀ ଡ. ସାହୁ କେହି ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି କାଳିଆ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଂଚିତ ନହୁଅନ୍ତି, ସେଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ । ସଂଶୋଧିତ ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୁଏ ତେବେ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । କାଳିଆ ଯୋଜନାରେ ଶତପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଏଥି ସହିତ ତାଲିକାରେ ଯଦି କେହି ଯୋଗ୍ୟ ବିବେଚିତ ହେଉନଥିବା ହିତାଧିକାରୀ ଥିବେ ତେବେ ଯାଂଚଞ୍ଚ କରାଯାଇ ସେମାନଙ୍କୁ ବାଦ ଦିଆଯିବା ପ୍ରକ୍ରିୟା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି । ଅଗଷ୍ଟ ୫ ତାରିଖରୁ ଏହି ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବରୁ ଏହା ଅଗଷ୍ଟ ୧୪ ତାରିଖ ସୁଞ୍ଚା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ବର୍ତମାନ ସୁଦ୍ଧଞ୍ଚା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷଙ୍କର ଯାଂଚଞ୍ଚକାର୍ଯ୍ୟ ଶେଷ ହୋଇଛି । ଅଗଷ୍ଟ ୨୭ ତାରିଖରେ ପଂଚାୟତ ସ୍ତରରେ ଯାଂଚ ପ୍ରକ୍ରିୟା ଶେଷ କରାଯିବା ପରେ ୨୯ ତାରିଖରେ ବ୍ଲକ୍ ସ୍ତରରେ ଓ ୩୧ ତାରିଖରେ ଜିଲ୍ଲାସ୍ତରରେ ଏହାକୁ ଚୂଡାନ୍ତ କରାଯାଇ କୃଷି ଓ କୃଷକ ସଶକ୍ତିକରଣ ବିଭାକୁ ଏହି ତାଲିକା ପାଠାଯିବ । ଏଥି ସହିତ ସମୀକ୍ଷା ବୈଠକରେ ଫସଲ ଓ ପାଣିପାଗ ଅନୁଧ୍ୟାନ, ଫନୀ ବାତ୍ୟାରେ ପ୍ରଭାବିତ କୃଷକମାନଙ୍କୁ ପ୍ୟାକେଜ ବଣ୍ଟନ, ବରିଷ୍ଠ ଅଧିକାରୀମାନଙ୍କର ଜିଲ୍ଲା ଓ କ୍ଷେତ୍ର ପରିଦର୍ଶନ ଏବଂ କୃଷି ନୀତି-୨୦୧୯ ଚିଠା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା