Connect with us

ଓଡିଶା

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ

ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ଵର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଶନିବାର ଦିନ ବଡ଼ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ସରାକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅତିରିକ୍ତ ସଚିବ ଭାବରେ , ନବରଙ୍ଗପୁର ଡିଆରଡିଏ ପିଡି ଲକ୍ଷ୍ମୀଧର ଦାସଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ ସଚିବ ଭାବରେ , ଗୋପବନ୍ଧୁ ଏକାଡେମିର ଅତିରିକ୍ତ କମିସନର ମନୋଜ କୁମାର ମହାନ୍ତି-୨ଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷକୁ ସଚିବ ଭାବରେ ବଦଳି ହୋଇଛି।

କୋରାପୁଟ ଜମି ଅତିରିକ୍ତ କମିସନର ରମାକାନ୍ତ ନାୟକଙ୍କୁ ନବରଙ୍ଗପୁର ଡିଆରଡିଏ ପିଡି ଭାବରେ ଓ ଭୁବନେଶ୍ୱର ଏଡିଏମ ମାନସ ରଂଜନ ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଜମି ଅଧିକାରୀ ଭାବରେ ବଦଳି କରାଯାଇଅଛି । ସେହିପରି ବିଏମସି ଡେପୁଟି କମିସନର ବିନୟ କୁମାର ଦାଶଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଭାବରେ ବଦଳି କରାଯାଇଅଛି ।

ସୁନ୍ଦରଗଡ଼ ଡିଆରଡିଏ ଅତିରିକ୍ତ ପିଡି ସୌଦାମିନୀ ସେଠୀଙ୍କୁ ଭୁବନେଶ୍ୱର ଇଡକୋକୁ ବଦଳି ହୋଇଥିବା ବେଳେ ଗଜପତି ଡିଆରଡିଏ ପିଡି ଅନାମ ଚନ୍ଦ୍ର ପାତ୍ରଙ୍କୁ ନୟାଗଡ଼ ଡିଆରଡିଏକୁ ପିଡି ଭାବରେ ବଦଳି କରାଯାଇଅଛି । ଯୁଗ୍ମ ସଚିବ ନୃପରାଜ ସାହୁଙ୍କୁ ଗଜପତି ଡିଆରଡିଏ ପିଡି ଭାବରେ ଓ ଇଡକୋ ଜମି ଅଧିକାରୀ ଉଷାରାଣୀ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ମିଳିଛି। ସେହିପରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧିକାରୀ ରଜନୀ ଜାନୀଙ୍କୁ ଯୁଗ୍ମ ସଚିବ ଭାବରେ ବଦଳି କରାଯାଇଅଛି ।
ବିଡିଏର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶିବନାରାୟଣ ନନ୍ଦଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟରି ଅଥରିଟିକୁ ଯୁଗ୍ମ ସଚିବ ଭାବରେ ବଦଳି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା