Connect with us

ଓଡିଶା

୨୪ ବିଧାୟକଙ୍କୁ ମିଳିଲା ଶ୍ରେଷ୍ଠ ବିଧାୟକ ସମ୍ମାନ

୨୪ ବିଧାୟକଙ୍କୁ ମିଳିଲା ଶ୍ରେଷ୍ଠ ବିଧାୟକ ସମ୍ମାନ

୨୪ ବିଧାୟକଙ୍କୁ ମିଳିଲା ଶ୍ରେଷ୍ଠ ବିଧାୟକ ସମ୍ମାନ
ଭୁବନେଶ୍ୱର,୨୪ା୮ : ଶୁକ୍ରବାର ୮ ବର୍ଷ ପାଇଁ ଏକକାଳୀନ ଭାବେ ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ୨୦୦୯ରୁ ୨୦୧୬ ପର୍ଯ୍ୟନ୍ତ ଏହି ସମ୍ମାନ ଦିଆଯାଇଛି । ୨୪ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାଶ ଓ ଉକ୍ରଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯାଇଛି ।

ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ଡା. ପ୍ରଫୁଲ୍ଲ ମାଝୀ (୨୦୧୨), ଅମର ପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ (୨୦୧୬)ଙ୍କୁ ସମ୍ମାନିତ କରାଯାଇଛି । ଉକ୍ରଳ ଗୌରବ ସମ୍ମାନ ପାଇଛନ୍ତି ସୁରେନ୍ଦ୍ର ନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମ କେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ର ନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬) ।

ସେହିପରି ଉକ୍ରଳମଣି ସମ୍ମାନରେ ସଞ୍ଜୟ କୁମାର ଦାସବର୍ମ (୨୦୦୯), ପ୍ରୀତିରଞ୍ଜନ ଘଡେଇ (୨୦୧୦), ସମୀର ରଞ୍ଜନ ଦାଶ (୨୦୧୧), ପ୍ରଶାନ୍ତ କୁମାର ମୁଦୁଲି (୨୦୧୨), ବିଜୟ କୁମାର ମହାନ୍ତି (୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ (୨୦୧୪), ଦିବ୍ୟଶଙ୍କର ମିଶ୍ର (୨୦୧୫) ଓ ପ୍ରଦୀପ ପୁରୋହିତ (୨୦୧୬)ଙ୍କୁ ସମ୍ମାନିତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା