Connect with us

ଓଡିଶା

ଓକିଲ ଆନ୍ଦୋଳନର ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ନିରଂଜନ

ସାଙ୍କେତିକ ଚିତ୍ର

ଓକିଲ ଆନ୍ଦୋଳନର ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ନିରଂଜନ
ଭୁବନେଶ୍ୱର : ଦୀର୍ଘ ୨୫ ଦିନ ହେଲା ରାଜ୍ୟ ହାଇକୋର୍ଟ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇପଡିଛି । ଜନୈକ ଆଇନଜୀବିଙ୍କୁ ପୋଲିସ ମାଡ ମାରିବା ଅଭିଯୋଗରେ ହାଇକୋର୍ଟ ବାର୍ ଆସୋସିଏସନର ଓକିଲମାନେ ଆନ୍ଦୋଳନ କରୁଛନ୍ତି । ସମାଧାନ ଦିଗରେ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ରାଜ୍ୟର ସମସ୍ତ ବାର ଆସୋସିଏସନର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ବହୁ ଲୋକ ଆଇନସେବାରୁ ବଂଚିତ ହୋଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି କହିବା ସହ ଚିନ୍ତା ବ୍ୟକ୍ତ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଏହି ଆନ୍ଦୋଳନର କିଭଳି ଶୀଘ୍ର ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
ସେହିପରି ହାଇକୋର୍ଟ ସ୍ଥାୟୀ ବେଂଚ୍ ଦାବିରେ ପଶ୍ଚିମ ଓଡିଶାର ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ମାସାଧିକ ସମୟ ଆନ୍ଦୋଳନ ଚାଲୁ ରହିଛି । ଏଥିପାଇଁ ମଧ୍ୟ ସଂପୃକ୍ତ ଅଂଚଳର ଲୋକ ନ୍ୟାୟସେବାରୁ ବଂଚିତ ହେଉଛନ୍ତି । ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ବର୍ଷ ବର୍ଷର ଦାବି ପୂରଣ ଦିଗରେ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ସ୍କୁଲ, କଲେଜରେ ପାଠପଢା ଏକ ପ୍ରକାର ଠପ୍ । ଆଜକୁ ୩୯ ଦିନ ଧରି ରାଜ୍ୟ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀ ଓ ଜିଲ୍ଲା କର୍ମଚାରୀମାନଙ୍କ ଆନ୍ଦୋଳନ ଫଳରେ ସରକାରୀ କାର୍ଯ୍ୟ ବସ୍ତୁତଃ ସଂପୂର୍ଣ୍ଣ ସ୍ଥାଣୁ ହୋଇ ଯାଇଛି ।ଅନେକ ସମୟରେ ଛୁଟି ଓ ବହୁ ପଦପଦବୀରେ ନିଯୁକ୍ତି ହେଉନଥିବା ଯୋଗୁଁ ଅତ୍ୟାବଶ୍ୟକୀୟ ଜନସେବା ଯୋଗାଇ ଦେଉଥିବା ବହୁ ସରକାରୀ କାର୍ଯ୍ୟାଳୟ ଏକ ପ୍ରକାର ବନ୍ଦ ହୋଇପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ମୁଖ୍ୟମନ୍ତ୍ରୀ ଭାବେ ଆଇନଜୀବିମାନଙ୍କ ଆନ୍ଦୋଳନ ସମେତ ଅନ୍ୟାନ୍ୟ ସମସ୍ୟାର ଆଶୁ ନିରାକରଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନିଅନ୍ତୁ । ଏହା ମଧ୍ୟ ନୈତିକ, ରାଜନୈତିକ ଓ ପ୍ରଶାସନିକ ଉତରଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା