Connect with us

ଓଡିଶା

ଆବାସିକ ପ୍ରମାଣପତ୍ର ମିଳିବl ସହଜ ହେବ l

ସାଙ୍କେତିକ ଚିତ୍ର

ଭୁବନେଶ୍ୱର : ମାଟ୍ରିକ ବା ତତ୍ତୁଲ୍ୟ ପ୍ରମାଣପତ୍ରକୁ ଆବାସିକ ପ୍ରମାଣପତ୍ର ଭାବେ ଉପସ୍ଥାପିତ କରିହେବ । ଆବାସିକ ପ୍ରମାଣପତ୍ର ନେଇ ରହିଥିବା ନିୟମାବଳୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ସଂଶୋଧନ କରାଯାଇଛି । ଯେଉଁମାନେ ହାଇସ୍କୁଲ କିମ୍ବା ତତ୍ତୁଲ୍ୟ ଡିଗ୍ରି ହାସଲ କରିନାହାନ୍ତି ସେମାନଙ୍କୁ ନିୟମ ଅନୁଯାୟୀ ଆବାସିକ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ପଡିବ । ଆବାସିକ ପ୍ରମାଣପତ୍ର ଜାରି ହେବା ତାରିଖଠାରୁ ୫ ବର୍ଷ ପାଇଁ ବୈଧ ରହିବ । ଆୟ ପ୍ରମାଣପତ୍ରର ବୈଧତା ମଧ୍ୟ ଜାରି ହେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ତେବେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଓ ଅଭିଭାବକତ୍ୱ ପ୍ରମାଣପତ୍ରକୁ ଯଦି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ବିନା ପରିବର୍ତ୍ତନ ବା ବାତିଲ କରାଯାଇ ନଥାଏ ତା’ହେଲେ ତାହା ସବୁସମୟ ପାଇଁ ବୈଧ ରହିବ । ଓଡ଼ିଶା ବିବିଧ ପ୍ରମାଣପତ୍ର ନିୟମ ୨୦୧୭ରେ ସଂଶୋଧନ ଆଣି ଏହାକୁ ଓଡ଼ିଶା ଗେଜେଟ୍‌ରେ ପ୍ରକାଶ କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡ. ସି. ଏସ୍‌. କୁମାର ନିର୍ଦ୍ଦେଶ ଦେଇଛନ୍ତି । ଗେଜେଟ୍‌ରେ ପ୍ରକାଶ ପାଇବା ଦିନଠାରୁ ଏହି ନିୟମ କାର୍ଯ୍ୟକାରୀ ହେବ । ଗେଜେଟ୍‌ ବିଜ୍ଞପ୍ତି ଜାରି କରିବା ସହିତ ଏସଂକ୍ରାନ୍ତ ନକଲ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସଲଦାରମାନଙ୍କ ପାଖକୁ ପଠେଇ ଦେବାପାଇଁ ନିର୍ଦେଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା