Connect with us

ଆଞ୍ଚଳିକ

ଜମିଲା କାଳୀପୂଜା : ଜମିଲା ଭିଡ

ସାଙ୍କେତିକ

ଜମିଲା କାଳୀପୂଜା : ଜମିଲା ଭିଡ
ଭଦ୍ରକ, ୩୧ ଅକ୍ଟୋବର – କାଳୀପୂଜାକୁ ନେଇ ଉତ୍ସବ ମୁଖର ହୋଇଛି ଭଦ୍ରକ ସହର । ଅନୁକୂଳ ପାଗ ଏଥରକ ଖୁବ ସହାୟ ହୋଇଛି । ଆଜି ସଂଧ୍ୟାରେ ପୂଜାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଜିଲାର ଗାଁ ଗଣ୍ଡାରୁ ସୁଅ ଛୁଟିଛି ସହରର ଚରମ୍ପାକୁ । ଲୋକେ ଚରମ୍ପାରୁ ପୂଜା ଦେଖିବା ପରେ ରାଜଘାଟ ଛକରେ କିଛିକାଳ ବିତାଇ ସେଠାରେ ପୂଜୋତ୍ସବକୁ ଉପଭୋଗ କରୁଛନ୍ତି । ପଡୋଶୀ ବାଲେଶ୍ୱର ଜିଲା ସମେତ ବହୁ ଦୂରଦୂରାନ୍ତରୁ ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପହଂଚିଛନ୍ତି ମେଳାରେ ।
କାଳୀପୂଜାରେ ମୋଦି – ଜିନପିଙ୍ଗ୍ ଭେଟ ହେଲା
କାଳୀପୂଜାରେ ଯେତିକି ଜମୁଛି ତା’ଭିତରେ ବିଭିନ୍ନ ପୂଜା ମଣ୍ଡପରେ ବାରୁଆଳି ମୂର୍ତିକୁ ନେଇ ଚର୍ଚା ବି ଜୋର ଧରିଛି । କେଉଁଠି ସମ୍ପୂର୍ଣ୍ଣ ପୋ÷ରାଣିକ ଆଧାରରେ ମୂର୍ତି ତିଆରି ହୋିଛି ତ କେଉଁଠି ସାମାଜିକ ସଚେତନତା ଧର୍ମୀ ବାରୁଆଳି ନିର୍ମାଣ ହୋଇଛି । ପୁଲି କେଉଁଠି ଚଳନ୍ତି ଖବରକୁ ନେଇ ଶିଳ୍ପୀ ବାରୁଆଳି ତିଆରି କରିବାକୁ ଭୁଲିନାହାଂତି । ଏହି ଯେମିତି ଚରମ୍ପାର ଟ୍ରାଫିକ କାଳୀପୂଜା ମଣ୍ଡରେ ମୋଦି-ଜିନପିଙ୍ଗ ଭେଟ ହୋଇଛି । ଚୀନ ଆଉ ଭାରତ ମଧ୍ୟରେ ଏହି ବନ୍ଧୁତା ଦେଖି ପାକିସ୍ଥାନର ରାଷ୍ଟ୍ରପତି କେମିତି ମୁଣ୍ଡରେ ହାତ ଦେଇଛନ୍ତି ତାହାକୁ ଶିଳ୍ପୀ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି । ଟ୍ରାଫିକ କାଳୀପୂଜା ମଣ୍ଡପକୁ ବୁଲି ଆସୁଥିବା ଶ୍ରଦ୍ଧାଳୁ ଏହି ପାଶ୍ୱର୍ ବାରୁଆଳି ପାଖରେ ଟିକେ ନିହାତି ଅଟକୁଛନ୍ତି ଆଉ ଟିକେ ହସିକରି ଯାଉଛନ୍ତି ନିଶ୍ଚିତ ।
ସରକାରୀ ନିୟମ ପାଳନ କରନ୍ତୁ, ନିଜ ଜୀବନ ନିଜେ ରଖନ୍ତୁ
ଡଗରାସାହି ପୂଜା ମଣ୍ଡପରେ ଚମକ୍ରାର ଢଙ୍ଗରେ ଶିଳ୍ପୀ ବାବୁଲି କମର୍କାର ଉପସ୍ଥାପନ କରିଛନ୍ତି ନୂଆ ମୋଟର ଯାନ ଆଇନକୁ । ବାଇକ ଚଳାଇବାକୁ ହେଲେ କିଛି ସରକାରୀ ନିୟମକୁ ପାଳନ କରିବାକୁ ହେବ । ଯେମିତି ଆରସିବୁକ୍, ପ୍ରଦୂଷଣ ସାର୍ଟିଫିକେଟ, ଡ୍ରାଇଭିଙ୍ଗ୍ ଲାଇସେନସ୍, ଇନସ୍ୟୁରାନ୍ସ ସହିତ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ହେଲମେଟ ପିନ୍ଧି ବାଇକ ଚଳାଇ ଖୁବ ଆରାମରେ ଯାଉଥିବା ପୁଅ-ଝିଅ ଓ ବିନା ହେଲମେଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଲହୁଲୁହାଣ ହୋଇଥିବା ବାଇକ ଆରୋହୀଙ୍କୁ ପୃଥକ ଭାବେ ପ୍ରଦର୍ଶନ କରିଛନ୍ତି ଶିଳ୍ପୀ । ଡଗରାସାହି ପୂଜା ମଣ୍ଡପ ପକ୍ଷରୁ ଏମିତି ଭାବେ ସଚେତନତାର ବାର୍ତା ପ୍ରଚାର କରାଯାଇଛି ଯାହାକି ବେଶ ପ୍ରଶଂସନୀୟ ହୋଇଛି ଦର୍ଶକଙ୍କ ମଧ୍ୟରେ ।
ଆଜିକାଲିକା ପୁଅଙ୍କ ଶ୍ୱଶୁର ଘର ପ୍ରେମ
ଆଜିକାଲିର ପୁଅମାନେ ବାପା-ମା’ଙ୍କୁ କରୁଛନ୍ତି ହତାଦର । କିନ୍ତୁ ଶଶୁ-ଶ୍ୱଶୁର କରୁଛନ୍ତି ଆଦର । ଆମ ସମାଜରେ ଏମିତି ଅନେକ ଉଦାହରଣ ରହିଛି । ଏଭଳି ପୁଅମାନଙ୍କୁ ଉଚିତ ଚିନ୍ତନ ଲାଗି ଏରେଇଁ କାଳୀପୂଜା ମଣ୍ଡପରେ ଶିଳ୍ପୀ ତିଆରି କରିଛନ୍ତି ବାରୁଆଳି । ପୁରାପୁରି ସାମାଜିକ ସଚେତନତା ଧର୍ମୀ ବିଷୟବସ୍ତୁ । ପୁଅ ବାପା-ମା’ଙ୍କୁ ଛାଡି ବୋହୂ କଥାରେ କେମିତି ଶାଶୁ,ଶ୍ୱଶୁର ଓ ଶାଳି ପ୍ରେମରେ ପଡିଛି ତାହାକୁ ଉପସ୍ଥାପନ କରାଯାଇଛି । ଆଜିକାଲିକା ପୁଅମାନେ ଏମିତି ହେଲେଣି..ବୋଲି ସୂଚେଇ ଦିଆଯାଇଛି । ବେଶ ସୁଉଚ୍ଚ ତୋରଣ ଭିତରେ ଆଧୁନିକ ଶୈଳୀରେ ନିର୍ମିତ ଏରେଇଁ ପୂଜାମଣ୍ଡପ ର ମା’କାଳୀଙ୍କ ଚମକୁଥିବା ଶାନ୍ତ ମୂର୍ତି ସାଙ୍ଗକୁ ଏହି ‘ଆଜିକାଲିକା ପୁଅଙ୍କ..’ କଥା ଶ୍ରଦ୍ଧାଳୁଙ୍କୁ ବେଶ ଆକ୍ରୃଷ୍ଟ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ