Connect with us

ଓଡିଶା

ଆସନ୍ତା ୧୮ ତାରିଖରୁ ସ୍କୁଲ ଗୁଡିକର ଖରା ଛୁଟି

ସାଙ୍କେତିକ

ଆସନ୍ତା ୧୮ ତାରିଖରୁ ସ୍କୁଲ ଗୁଡିକର ଖରା ଛୁଟି
ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଗୁଆ ସ୍କୁଲଗୁଡିକ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗାମୀ ଏପ୍ରିଲ ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଖରାଛୁଟି ଆରମ୍ଭ କରିବାକୁୁ ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ମେ’ ୬ ତାରିଖରୁ ଖରା ଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଏହି ଘୋଷଣା ଦ୍ୱାରା ଅଭିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଆନନ୍ଦ ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା