Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ , ଭିଡିଓ ଭାଇରାଲ୍

ସାଙ୍କେତିକ

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ , ଭିଡିଓ ଭାଇରାଲ୍
ଭୁବନେଶ୍ୱର, ୧୭ ଅପ୍ରେଲ – ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଂଚ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ ଗତକାଲି ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀମାନେ ତାଙ୍କ ହେଲିକେପ୍ଟର ଯାଂଚ କରିଥିଲେ । ଯାଂଚ ବେଳର ଭିଡିଓ ଭାଇରାଲ ହୋଇଛି ।
ଗତକାଲି ଆଇଡିଏଲ ଷ୍ଟାଡିୟମ ଗ୍ରାଉଣ୍ଡରେ ତାଙ୍କ ହେଲିକେପ୍ଟର ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ଫ୍ଲାଇଂ ସ୍କ୍୍ୱାର୍ଡ଼ ଏବଂ ଷ୍ଟାଟିକ୍ ସର୍ଭିଲେନ୍ସ ଟିମ ପକ୍ଷରୁ ଯାଂଚ କରାଯାଇଥିଲା । ନୋଡାଲ ଅଫିସର ଭାବେ ତହସିଲଦାର ବିଶ୍ୱରଞ୍ଜନ ରଥ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତଙ୍କ ନେତୃତ୍ୱରେ ହେଲିକେପ୍ଟରକୁ ସର୍ଚ୍ଚ କରାଯାଇଥିଲା ।
ହେଲିକେପ୍ଟର ରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଆଟାଚି ଏବଂ ଏୟାର ବ୍ୟାଗ ମଧ୍ୟ ସର୍ଚ୍ଚ କରାଯାଇଥିଲା । କ୍ଲିଅରାଂଶ ପରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ରେ ଯାଇଥିଲେ । ଯାଂଚ ପରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଧନ୍ୟବାଦ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା