Connect with us

ଓଡିଶା

ମୋଦି କରିବେ ଭୁବନେଶ୍ବରରେ ରୋଡ୍‌ ‌ସୋ

ସାଙ୍କେତିକ

ମୋଦି କରିବେ ଭୁବନେଶ୍ବରରେ ରୋଡ୍‌ ‌ସୋ
୫ଟି ଲୋକସଭା ନିର୍ବାଚନମଣ୍ଡଳୀର ନେତା, କର୍ମୀ ‌ବୁହାହେବେ ସମାବେଶ ସ୍ଥଳକୁ । ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖରେ ଓଡ଼ିଶା ଆସିବେ । ସକାଳ ୧୦ଟାରେ ସେ ସମ୍ବଲପୁରରେ ଦଳୀୟ ସଭାରେ ଉଦ୍‌ବୋଧନ ଦେବେ । ଏହାପରେ ଛତିଶଗଡ଼ ଯାଇ ଦୁଇଟି ଜନସଭାରେ ଯୋଗ ଦେଇ ଅପରାହ୍ନ ୫ଟାରେ ଭୁବନେଶ୍ବରରେ ପହଞ୍ଚିବେ । ଭୁବନେଶ୍ବରରେ ବରମୁଣ୍ଡା ପଡ଼ିଆରେ ଦଳୀୟ ସମାବେଶର ଆ‌ୟୋଜନ କରାଯାଇଛି । ମୋଦୀ ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ‌ରୋଡ଼ ସୋ’ କରି ବରମୁଣ୍ଡା ଅଭିମୁଖେ ବାହାରିବେ । ବିମାନବନ୍ଦର ଛକ, ଗଙ୍ଗନଗର ଛକ, ଓୟୁଏଟି ଛକ ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରେ ବାମ ପାର୍ଶ୍ବ ବୁଲି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡ଼ିଆରେ ମୋଦୀ ପହଞ୍ଚିବେ ।

ବରମୁଣ୍ଡା ପଡ଼ିଆରେ ଯେତିକି ଲୋକଙ୍କ ସମାବେଶ କରାଯିବ ରୋଡ୍‌ ସୋ’ରେ ମଧ୍ୟ ସେତିକି ଲୋକଙ୍କୁ ସାମିଲ କରାଯିବ । ରୋଡ୍‌ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାକୁ ଆକର୍ଷଣୀୟ କରିବାକୁ ପାରମ୍ପରିକ ବାଦ୍ୟ, ପାଇକ ଆଖଡ଼ା, ଦଣ୍ଡନାଚ, ସମର କଳା ଆଦି ପ୍ରଦର୍ଶନ କରାଯିବ । ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ । ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରମୁଣ୍ଡାସ୍ଥିତ ସଭା ସ୍ଥଳକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ମୋଦୀଙ୍କ ରୋଡ୍‌ ସୋ’ ଓ ସଭା ଏକାମ୍ର ନିର୍ବାଚନମଣ୍ଡଳୀ ଅଧୀନରେ ହେଉଥିବାରୁ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ କାର୍ଯ୍ୟଭାର ବଢିଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବନ୍ଦୋବସ୍ତକୁ ‌ନେଇ କମିସନରେଟ ପୁଲିସ ଓ ଏସପିଜି ମଧ୍ୟରେ ଆଜି ସନ୍ଧ୍ୟାରେ ଆଲୋଚନା ହୋଇଯାଇଛି । ବରମୁଣ୍ଡା ସଭା ଓ ରୋଡ ସୋ ପାଇଁ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପ୍ଲାଟୁନ ଫୋର୍ସ ଓ ୧୨୦ ପୁଲିସ ଅଫିସର ନିୟୋଜିତ ହେବେ । ଆଜିର ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ଏସପିଜି ଆଇଜି ଯଶୋବନ୍ତ ଜେଠୱା, ଡିସିପି ଅନୁପ ସାହୁ ଓ ଟ୍ରାଫିକ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା