Connect with us

ଓଡିଶା

ପୁଣି ନିଲାମ ହେବ ରାଜ୍ୟର ୧୮ଟି ଖଣି l

ପୁଣି ନିଲାମ ହେବ ରାଜ୍ୟର ୧୮ଟି ଖଣି l

ପୁଣି ନିଲାମ ହେବ ରାଜ୍ୟର ୧୮ଟି ଖଣି l
ଭୁବନେଶ୍ୱର,୧୦ା୮ : ଚଳିତ ବର୍ଷ ରାଜ୍ୟର୧୭ରୁ ୧୮ଟି ଖଣିର ନିଲାମ ହେବ । ଓଡିଶାର ଡିଏମଏଫ୍ ପାଣ୍ଠିରେ ୫ହଜାରରୁ ଅଧିକ କୋଟି ଟଙ୍କା ଜମା ରହିଛି ବୋଲି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଖଣି ସଚିବ ଅନୀଲ ଜି ମୁକିମ୍ ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ସଚିବାଳୟ ଠାରେ ଶ୍ରୀ ମୁକିମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଖଣି ଉତୋଳନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବୈଠକ ପରେ ଶ୍ରୀ ମୁକିମ୍ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଓଡିଶା ଖଣିର ରାଜଧାନୀ । ସବୁ ପ୍ରକାର ଖଣି ଏଠାରେ ରହିଛି । ଡିଏମଏଫ୍ ଅର୍ଥ ବିନିଯୋଗ ପାଇଁ ନୂଆ ନୂଆ ପ୍ରସ୍ତାବ ରଖାଯାଇଛି । ନାଲକୋ ପ୍ରଥମ ତ୍ରୟୋମାସରେ ୬୦୦ କୋଟି ଟଙ୍କା ଲାଭ କରିଛି । ଓଡିଶାର ଖଣି ଉତୋଳନ ବୃଦ୍ଧି ପାଇବାକୁ ସେ ପ୍ରଶଂସା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା