Connect with us

ଆଞ୍ଚଳିକ

ଆଦିବାସୀ ମେଳା ଆରମ୍ଭ , ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ସାଙ୍କେତିକ

ଆଦିବାସୀ ମେଳା ଆରମ୍ଭ , ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ଭୁବନେଶ୍ୱର – ଶନିବାର ଦିନ ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ଆଦିବାସୀ ମେଳା ଆରମ୍ଭ ହୋଇଯାଇଛି । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ମେଳାର ଶୁଭାରମ୍ଭ କରିଥିଲେ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଉଦଘାଟନ ପରେ ପ୍ରତ୍ୟହ ଅପରାହ୍ନ ୨ଟାରୁ ରାତି ୯ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହୁଛି । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନଜାତି ମହିଳା ଓ ପୁରୁଷମାନେ ନିଜର କଳା ସଂସ୍କୃତି ପ୍ରଦର୍ଶନ କରିବା ସହିତ ହସ୍ତତନ୍ତ ଏବଂ ବନଜାତ ଦ୍ରବ୍ୟର ପ୍ରଦର୍ଶନୀ ଓ ବିକ୍ରୟ ହେଉଛି । ଏହାସହ ପ୍ରତି ସଂଧ୍ୟାରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ