Connect with us

ଆଞ୍ଚଳିକ

ରୋଜଭ୍ୟାଲି ଚିଟଫଣ୍ଡର ଜମାକାରୀ ଫେରିପାଇବେ ୫ କୋଟି

ସାଙ୍କେତିକ

ରୋଜଭ୍ୟାଲି ଚିଟଫଣ୍ଡର ଜମାକାରୀ ଫେରିପାଇବେ ୫ କୋଟି
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲାର ରୋଜ୍ ଭ୍ୟାଲିର ବହୁ ଗ୍ରାହକ ଲକ୍ଷ ଲକ୍ଷ ଟଙ୍କା ଦୀର୍ଘ ବର୍ଷ ହେବ ଜମାକରି ଚିଟ୍ଫଣ୍ଡର ଶିକାର ହୋଇଥିଲେ । ଏହି ଗ୍ରାହକ ମାନଙ୍କ ମଧ୍ୟରୁ ୧୧ ହଜାର ୩୬୫ ଜଣ ଗ୍ରାହକ ସେମାନଙ୍କର ଜମା ଅର୍ଥର୍ ଫେରିପାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ । ରାଜ୍ୟ ସରକାର ଏହି ମାମଲାକୁ ଗୁରୁତ୍ୱଭାବେ ଗ୍ରହଣ କରିବା ପରେ କେନ୍ଦ୍ରାପଡା ଜିଲ୍ଲାର ଜମାକାରୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇବାର ଜଣାପଡିଛି ।
ସୂଚନାଯୋଗ୍ୟ ଯେ ୧୧ ହଜାର ୩୬୫ ଜଣ ଗ୍ରାହକ ମାନେ ସେମାନଙ୍କର ଅର୍ଥ ରୋଜ୍ଭ୍ୟାଲିରେ ଜମାକରି ବଣ୍ଡ୍ ପେପର ତଥା ରୋଜ୍ଭ୍ୟାଲି ସହିତ ଏଗ୍ରିମେଂଟ୍ କରିଥିବାର କାଗଜପତ୍ର ନେଇଥିଲେ । ଏହି ଜମାକାରୀମାନେ ସେମାନଙ୍କର ବଣ୍ଡ ପେପରକୁ ଜିଲ୍ଲାର ସମସ୍ତ ତହସିଲଦାରଙ୍କ ନିକଟରେ ଜମାକରିବା ପରେ ତାହାର ତଦନ୍ତ କରାଯାଇ ସେମାନଙ୍କର ଜମା ଅର୍ଥ ଫେରସ୍ତ କରାଯିବ । ଜିଲ୍ଲାର ସମସ୍ତ ଜମାକାରୀମାନଙ୍କର ପ୍ରାୟ ୪ କୋଟି ୯୫ ଲକ୍ଷ ଟଙ୍କା ଫେରସ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ସୂଚନା ଦେଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ