Connect with us

ଓଡିଶା

ହିନ୍ଦୁ ମହାସଭା ନେତ୍ରୀଙ୍କୁ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସମାଜବାଦୀ ପାର୍ଟିର ଚିଠି

ସାଙ୍କେତିକ

ଗାନ୍ଧିଙ୍କ ଫଟୋକୁ ଗୁଳି କରିଥିବା ହିନ୍ଦୁ ମହାସଭା ନେତ୍ରୀଙ୍କୁ ଗିରଫ ଦାବିରେ ରାଷ୍ଟ୍ରପତିଙ୍କୁ ସମାଜବାଦୀ ପାର୍ଟିର ଚିଠି
ଭୁବନେଶ୍ୱର ୩୧ ଜାନୁଆରୀ- ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୭୧ତମ ମହାପ୍ରୟାଣ ଦିବସ ପାଳନ ବେଳେ ଉତର ପ୍ରଦେଶର ଆଲିଗଡ଼ଠାରେ ହିନ୍ଦୁ ମହାସଭା ଆନୁକୂଲ୍ୟରେ ଶହୀଦ ଦିବସ ପାଳନ କରାଯାଇ ଗାନ୍ଧିଜୀଙ୍କ ଫଟୋକୁ ଗୁଳି କରାଯାଉଛି ଏବଂ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କର ଜୟଗାନ କରାଯିବା ଗଭୀର କ୍ଷୋଭର ବିଷୟ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏ ସଂକ୍ରାନ୍ତରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ହିନ୍ଦୁ ମହାସଭାର ନେତ୍ରୀ ପୂଜା ସକୁନ ପାଣ୍ଡେଙ୍କୁ ଗିରଫ କରିବା ସହିତ ସେ ଓ ତାଙ୍କର ସହକର୍ମୀମାନଙ୍କୁ ଦେଶଦ୍ରୋହ ଅପରାଧରେ ଗିରଫ କରିବା ପାଇଁ ରାଷ୍ଟ୍ରପତିଙ୍କ ଠାରେ ଦାବି କରାଯାଇଛି ।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଭାରତବର୍ଷ ସହିତ ସମଗ୍ର ବିଶ୍ୱ ଗାନ୍ଧିଜୀଙ୍କର ତ୍ୟାଗ ଓ ବଳିଦାନର ଜୟ ଜୟକାର କରୁଥିବା ସମୟରେ ମୁଷ୍ଟିମେୟ ସାମ୍ପ୍ରଦାୟିକ ଶକ୍ତି ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କର ଜୟଗାନ କରିବା ଏବଂ ଶହୀଦ ଦିବସରେ ଗାନ୍ଧିଜୀଙ୍କ ଫଟୋଚିତ୍ରକୁ ଗୁଳି କରିବା ସମାଜରେ ଘୃଣା ଓ ସାମ୍ପ୍ରଦାୟିକ ଉତେଜନା ଉଦ୍ରେକକାରୀ ଘଟଣା । ଦେଶର ସାମ୍ପ୍ରଦାୟିକ ସଦ୍ଭାବନା, ଭାଇଚାରା ଓ ସାମାଜିକ ସନ୍ତୁଳନକୁ ବିଗାଡ଼ିବା ପାଇଁ ଏହିଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଓ ଗାନ୍ଧିଜୀଙ୍କୁ ଅପମାନିତ କରିଥିବା ହିନ୍ଦୁ ମହାସଭାର ଏହି ନେତ୍ରୀଙ୍କୁ ଗିରଫ କରିବା ଓ ହିନ୍ଦୁ ମହାସଭାକୁ ନିଷିଦ୍ଧ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହି ସାମ୍ପ୍ରଦାୟିକ ସଦ୍ଭାବନାକୁ ଦେଶଦ୍ରୋହ ଅପରାଧ ଆଇନ୍ ଅନୁଯାୟୀ ଦଣ୍ଡ ମିଳିବା ଉଚିତ୍ । ଗଣତନ୍ତ୍ର, ଗାନ୍ଧିବାଦ ଓ ସାମ୍ପ୍ରଦାୟିକ ସଦ୍ଭାବନାରେ ବିଶ୍ୱାସ କରୁଥିବା ସମସ୍ତ ରାଜନୈତିକ ଦଳ ଓ ଗାନ୍ଧିବାଦୀ ସଂଗଠନଗୁଡ଼ିକ ଏହାର ପ୍ରତବାଦ କରିବାକୁ ଆଗେଇ ଆସିବାକୁ ଶ୍ରୀ ବେହେରା ବିନମ୍ର ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା