Connect with us

ଓଡିଶା

ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ବୈଠକ ଅନୁଷ୍ଠିତ

ସାଙ୍କେତିକ

ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୩୧ ଜାନୁଆରୀ – ରାଜ୍ୟରେ ଆରମ୍ଭ କରାଯାଇଥିବା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ନିମନ୍ତେ ଗଠନ କରାଯାଇଥିବୀ କ୍ଷମତାପନ୍ନ କମିଟି ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି । ‘ସୁନେତ’୍ର ଯୋଜନା ମାଧ୍ୟମରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଏହାକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ଧତ୍ୱ ଦୂରିକରଣ ଲକ୍ଷ୍ୟ ହାସଲ ଏବଂ ଉନ୍ନତମାନର ଚକ୍ଷୁ ଚିକିତ୍ସା ବ୍ୟବସ୍ଥା , ଚଷମା ଯୋଗାଇ ଦେବା ଆଦି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି ।
ରାଜ୍ୟରେ ଆଖି ରୋଗ ସଂପର୍କରେ ସର୍ଭେ କରାଯିବ । ପାଇଲଟ ବେସିସ୍ରେ ସର୍ଭେ ଆରମ୍ଭ କରାଯିବା ନେଇ ବିଚାର କରାଯାଉଛି । ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ୫୦ ଟି ଦୃଷ୍ଟି(ଭିଜନ) କେନ୍ଦ୍ର ସ୍ଥାପନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଯଥାଶୀଘ୍ର ସେଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ସେହିପରି ୧୦ ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏ ନେଇ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଥିବା ପ୍ରକାଶ । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷାକୁ ବ୍ୟାପକ କରାଯିବ ।

ଆହୁରିମଧ୍ୟ ଏହି ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଡିଜିଟାଲ କରାଯିବା ନିମନ୍ତେ ୱେବ୍ ପୋର୍ଟାଲ , ମୋବାଇଲ ଆପ୍ ଏବଂ ଇଲେକଟ୍ରନିକ୍ ମେଡିକାଲ ରିପୋର୍ଟ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଛି । ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲର ଚକ୍ଷୁ ବିଭାଗକୁ ଆଚଂଳିକ ଦୃଷ୍ଟି ବିଜ୍ଞାନ ପ୍ରତିଷ୍ଠାନର ମାର୍ଗଦର୍ଶିକା ଅନୁଯାୟୀ ବିକଶିତ କରାଯିବା ନେଇ ଆଲୋଚନା ହୋଇଥିଲା ।

ରାଜ୍ୟ ମେଡିକାଲ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ କ୍ଷମତାପନ୍ନ କମିଟି ଚେୟାରମ୍ୟାନ ଡାଃ ଟି.ପି.ଦାଶ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ, ଏସ୍.ସି.ବି ମେଡିକାଲ କଲେଜ ଏବଂ ଏମ୍.କେ.ସି.ଜି ମେଡିକାଲ କଲେଜର ଚକ୍ଷୁ ବିଭାଗ ପ୍ରଫେସର ଏବଂ ସୁନେତ୍ର କାର୍ଯ୍ୟକ୍ରମ ପରିଚାଳକଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା