Connect with us

ଓଡିଶା

ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀ

ସାଙ୍କେତିକ

ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ୫୦ ମହିଳାଙ୍କ ସହ କଥାବାର୍ତା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ
– ଉଜ୍ଜଳା ଯୋଜନା ମହିଳା ମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି-ଧର୍ମେନ୍ଦ୍ର ପ୍ରଧାନ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିଛି-ସ୍ମୃତି ଇରାନୀ
ନୂଆଦିଲ୍ଲୀ/ଭୁବନେଶ୍ୱର ୩୧ ଜାନୁଆରୀ-ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଜି ମହିଳାଙ୍କ ସମ୍ମାନ ବଢାଇଛି । ଏହି ଯୋଜନା ଫଳରେ ଗରିବ ମା ଭଉଣୀ ମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ୍ ହୋଇଛନ୍ତି । ଉଜ୍ଜଳା ମହିଳା ମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ରାଜ୍ୟରେ ୨୮ଟି ସ୍ଥାନରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଭିଡିଓକନଫରେନସିଂ ମାଧ୍ୟମରେ ୫୦ ହଜାରରୁ ଉର୍ଦ୍ଦ ଲାଭାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମା ଓ ଭଉଣୀ ମାନଙ୍କ ମଧ୍ୟରେ ସୁଖ , ସମୃଦ୍ଧି ସହ ସେମାନଙ୍କ ସମ୍ମାନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧ ପରିକର । ତାଙ୍କର ପରିକଳ୍ପନାରେ ଆଜି ଦେଶର ୬ କୋଟି ଗରିବ ମା,ଭଉଣୀ ମାନେ ଉଜ୍ଜଳା ଗ୍ୟାସ ପାଇପାରିଛନ୍ତି । ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଁଚିଛି । ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜଳା ଗ୍ୟାସ ପହଁଚିପାରିବ ଏନେଇ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି । ଆଜି ଦେଶର ରାଷ୍ଟ୍ରପତି ଲୋକସଭା ଓ ରାଜ୍ୟସଭାର ମିଳିତ ସମ୍ଭାଷଣରେ ଉଜ୍ଜଳା ଗ୍ୟାସର ସଫଳତାକୁ ପ୍ରଂଶସା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତାକାଲି ଏଲପିଜି ଦର କମିବ । ମା, ଭଉଣୀ ମାନେ କିପରି ଶସ୍ତାରେ ଏଲପିଜି କିଣିପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ ଘରେ ଜନ୍ମ ନେଇ ନିଜ ଗୋଡରେ ଠିଆ ହେବାପରେ ଗରିବ ପରିବାରର ଦୁଃଖକଷ୍ଟ ସେ ବୁଝିପାରିଛନ୍ତି ।
ସେହିପରି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିଛି । ଖୁବ କମ୍ ସମୟ ମଧ୍ୟରେ ୬ କୋଟି ପରିବାରରେ ଉଜ୍ଜଳା ଗ୍ୟାସ ପହଁଚିପାରିଲା । ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ସୂଚାରୁ ଭାବେ ସମ୍ପାଦନ କଲେ ଓଡିଶାର ପୁଅ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା ଭଉଣୀ ମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ବଢାଇବା ପାଇଁ ତାଙ୍କର କାର୍ଯ୍ୟ କରିଚାଲିଛନ୍ତି ।
ଶ୍ରୀମତୀ ଇରାନୀ କହିଛନ୍ତି ଯେ, ମା ଓ ଭଉଣୀ ମାନେ ଘରେ ଦୁଇଓଳି ରୋଷାଇ କରିବା ପାଇଁ ବହୁ କଷ୍ଟ କରିବାକୁ ପଡୁଥିଲା । କାଠପତ୍ର ଜାଳି ଧୂଆଁରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିଲା । ଏହାର ସମାଧାନ କାହା ପାଖରେ ନଥିବା ବେଳେ ସମାଧାନର ସୂତ୍ର ଦେଶର ପ୍ରଧାନମନ୍ତ୍ରୀ ବାହର କରି ଦେଖାଇଲେ । ରାଜନୈତିକ କାରଣରୁ ଏହା ଲୋକମାନଙ୍କ ପାଖରେ ପହଁଚି ପାରୁନାହିଁ । ଏଠି ଉପସ୍ଥିତ ମା ଓ ଭଉଣୀ ମାନେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜବାବ ମାଗିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଏହି ଅବସରରେ ଧର୍ମଗଡ, ଢେଙ୍କାନାଳ. ପଦ୍ମପୁର, ଏରମ, ବ୍ରହ୍ମଗିରି ପରି ଅଂଚଳରେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କ ସହ ଉଭୟ ମନ୍ତ୍ରୀ ସିଧାସଳଖ ଆଲୋଚନା କରିଥିଲେ । ହିତାଧିକାରୀ ମାନେ କହିଥିଲେ ଯେ, ଉଜ୍ଜଳା ଗ୍ୟାସ ପାଇବା ଦ୍ୱାରା ସେମାନେ ଭଲରେ ଅଛନ୍ତି । ନିଜ ପରିବାର ସହ ପିଲାଛୁଆଙ୍କୁ ସମୟ ଦେବାସହ ନିଜେ ମଧ୍ୟ ଆତ୍ମନିରର୍ଭରଶୀଳ ହୋଇପାରିଛନ୍ତି । ଉଜ୍ଜଳା ଗ୍ୟାସ ସେମାନଙ୍କୁ ସମ୍ମାନ ଦେଇଥିବା କଥା ହିତାଧିକାରୀ ମାନେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା