Connect with us

ଦେଶ

ସାରା ଭାରତ ବର୍ଷରେ ହସ ଖୁସିରେ ରକ୍ଷା ବନ୍ଧନ ପର୍ବ ଅନୁଷ୍ଠିତ ହୋଇଯାଇଛି l

ସାରା ଭାରତ ବର୍ଷରେ ହସ ଖୁସିରେ ରକ୍ଷା ବନ୍ଧନ ପର୍ବ ଅନୁଷ୍ଠିତ ହୋଇଯାଇଛି l

ନୂଆଦିଲ୍ଲୀ /ଓଡିଶା -୨୬ା୮:ସାରା ଭାରତ ବର୍ଷରେ ହସ ଖୁସିରେ ରକ୍ଷା ବନ୍ଧନ ପର୍ବ ଅନୁଷ୍ଠିତ ହୋଇଯାଇଛି l ଶ୍ରୀମନ୍ଦିରରେ ଆଜି ବଳଭଦ୍ରଙ୍କ ଜନ୍ମନୀତି ସମ୍ପନ୍ନ ହୋଇଛି। ଏହାସହିତ ମହାପ୍ରଭୁ ରାଖୀ ପିନ୍ଧିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ଅର୍ଥାତ ବଳଭଦ୍ର ଶ୍ରୀଭୂଜରେ ପାଟ ରାଖୀ ଏବଂ ଗୁଆ ମାଳ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିରରେ ଏହି ବିଶେଷ ନୀତି ଦେଖିବା ଲାଗି ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି l
ରାଷ୍ଟ୍ରପତି କୋବିନ୍ଦ ଜନସାଧାରଣଙ୍କୁ ଏହି ଉପଲକ୍ଷେ ଶୁଭେଚ୍ଛା ବାର୍ତାଦେଇ କହିଛନ୍ତି ଯେ, ‘ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନ ଅବସରରେ ଶୁଭେଚ୍ଛା। ଆଶା କରୁଛି ଏହି ଉତ୍ସବ ଆମ ଭିତରେ ଭାଇଚାରା ନୀତିକୁ ଆହୁରି ଶକ୍ତ କରିବ। ମହିଳାମାନେ ବସବାସ କରୁଥିବା ସମାଜରେ ଭାଇଚାରା ଭାବ ବଜାୟ ରଖିବା ପାଇଁ ଆମକୁ ପ୍ରୋତ୍ସାହିତ କରିବ। ବିଶେଷକରି ଯୁବତୀମାନେ ସୁରକ୍ଷିତ ରୁହନ୍ତି ଏବଂ ସେମାନଙ୍କ ସ୍ୱାଭିମାନକୁ ସମ୍ମାନ ମିଳୁ।’

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତାରେ , ‘ପବିତ୍ର ଉତ୍ସବ ରକ୍ଷା ବନ୍ଧନ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା’ ଉଲେଖ କରିଛନ୍ତି ।’ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞପନ କରିଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ଦେଶ